ଆହତ ନୀଳଗାଈ ଉଦ୍ଧାର

ନୂଆପଡା, (ଓ୍ବାଇଏନ୍ଏସ୍):ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରନ୍ୟର କଟିଙ୍ଗପାଣି ଗ୍ରାମ ଠାରେ ଆହତ ଅବସ୍ଥାରେ ବଣ୍ୟପ୍ରାଣୀ ନୀଳଗାଈ ଉଦ୍ଧାର ହୋଇଛି । ଏହି ନୀଳଗାଈର ଡାହାଣ ଗୋଡରେ ମାଡ ହୋଇଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗ ପହଂଚି ମିଳିତ ରୂପେ ଚିକିତ୍ସା କରିଛନ୍ତି । ବର୍ତମାନ ନୀଳଗାଈ ସୁସ୍ଥ ଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏବଂ ଜଙ୍ଗଲ କ୍ଷୟ କାରଣରୁ ନଈ, ନାଳ, ଝରଣା, ପୋଖରୀ ପାଣି ଶୁଖି ଯାଇଥିବା ବେଳେ ବନ୍ୟ ଜୀବଯନ୍ତୁ ମାନେ ପିଇବା ପାଣି ଅନ୍ୱେଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ