ସ୍ୱାଭିମାନ ଅଞ୍ଚଳରେ ଶିଶୁ ଓ ଗର୍ଭବତୀଙ୍କୁ ଅସମ୍ମାନ: ଦିଆଯାଉଛି ପୋକ ସାଲୁବାଲୁ ଛତୁଆ

ଚିତ୍ରକୋଣ୍ଡା, (ରଜ କମଲ ପୁରୋହିତ):ରାଜ୍ୟ ସରକାର ଗର୍ଭବତୀ ମହିଳା ଓ ଛୋଟ ଛୋଟ ପିଲାମାନଙ୍କ ପାଇଁ ଉତ୍ତମ ମାନର ଖାଦ୍ୟ ଯୋଗାଇଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଥିବା ଛୋଟ ଛୋଟ କୁନି ପିଲା ମାନଙ୍କ ପାଇଁ ଅତି ନିନ୍ମ ମାନର ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି । ସ୍ୱାଭିମାନ ଅଞ୍ଚଳର ରାଲେଗାଡ଼ା,ଧୂଳିପୁଟ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଛୋଟ ପିଲାମାନଙ୍କ ପାଇଁ ଛତୁଆ ଏବଂ ସୁଜି ବଣ୍ଟନ କରାଯାଇଥିଲା । କିନ୍ତୁ ଏହି ଛତୁଆରେ ପୋକ ବହାରିବାରୁ ପିଲା ମାନଙ୍କର ଅଭିଭାବକ ଏହାକୁ ଗ୍ରହଣ କରିନଥିଲେ । ସମସ୍ତ ଛତୁଆ ପ୍ୟାକେଟରେ ପୋକ ସାଳୁ ବାଳୁ ହଉଥିବା ଦେଖି ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଏଭଳି ଅବସ୍ଥା ଆଜିକି କାଲିର ନୁହେଁ ପ୍ରତେକ ସମୟରେ ଏହି ଅଞ୍ଚଳରେ ଏଭଳି ଖାଦ୍ୟ ଦିଆଯାଉଥିବା ଦେଖିବାକୁ ମିଳିଛି କିନ୍ତୁ ଚିତ୍ରକୋଣ୍ଡା ସିଡ଼ିପିଓ ସବୁକଥା ଜାଣି ମଧ୍ୟ ଏହା ପ୍ରତି ଦୃଷ୍ଟି ଦେଉନଥିବା ଜଣା ପଡ଼ିଛି । ଚିତ୍ରକୋଣ୍ଡା ଅଞ୍ଚଳର ୧୮ଗୋଟି ପଞ୍ଚାୟତକୁ ଛତୁଆ ଯୋଗାଇବା ପାଇଁ ବଙ୍କେଶ୍ୱରୀ ସ୍ୱୟଂସହାୟକ ଗୋଷ୍ଟି କାମ ହାତକୁ ନେଇଛି କିନ୍ତୁ ନିମ୍ନ ମାନର ସାମଗ୍ରୀରେ ଏହି ଗୋଷ୍ଟି ଛତୁଆ ପ୍ରସ୍ତୁତ କରୁଥିବାରୁ ଏଭଳି ପୋକ ଲାଗୁଥିବା ଜଣାପଡିଛି । ସିଡ଼ିପିଓ ଓ ଛୁତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂସହାୟକ ଗୋଷ୍ଟି ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ଏଭଳି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ସାଧାରଣରେ ଚର୍ଚ୍ଚା ହଉଥିବା ଦେଖିବାକୁ ମିଳିଛି । ଏହି ବାବଦରେ ସିଡ଼ିପିଓ ଯୋଗାଯୋଗ କରିବାରୁ କ୍ୟାମେରା ଆଗରେ କିଛି କହିବାକୁ ସିଧା ସିଧା ମନା କରିଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ