ଦୁଇ ଜଣ ଡାକ୍ତର ସମେତ ୧୮ ଜଣ କରୋନା ପଜିଟିଭ

ରାଉରକେଲା, (ଓ୍ବାଇଏନ୍ଏସ୍):ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ ଡାକ୍ତର, ସମେତ ୧୮ ଜଣ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ସେ କହିଛନ୍ତି ଯେ ଆଜି ଏହି ୧୮ ଜଣଙ୍କ ମଧ୍ୟରୁ ୧୪ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଦୁଇ ଜଣ ହୋମ କ୍ୱାରେଂଟାଇନ ତଥା ଦୁଇ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତିା ସେ କହିଛନ୍ତି ଯେ ପୂର୍ବରୁ କୋବିଡ ୧୯ ଡ୍ୟୁଟିରେ ଥିବା ରାଉରକେଲା ସରକାରୀ ହସପିଟାଲର ଦୁଇ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ହସପିଟାଲକୁ ସାନିଟାଇଜ କରା ଯାଇଛି ଓ କଂଟାକ୍ଟ ଟ୍ରେସିଂ କାମ ଜାରୀ ରହିଛି । କରୋନା ପଜିଟିଭ ଆସିବା ପରେ ଦୁଇ ଜଣ ଡାକ୍ତର କ୍ୱାରେଂଟାଇନରେ ଅଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ