ଚାନ୍ଦିପୁର ଗୋଳ।ବାରୁଦ ପରୀକ୍ଷା କେନ୍ଦ୍ର କର୍ମଚାରୀ କରୋନା ସଂକ୍ରମଣ

ବାଲେଶ୍ୱର, (ସରୋଜ ପଣ୍ଡା): ଇାଲେଶ୍ୱର ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ପଶିଲା ମହାମାରୀ କରୋନା ଭାଇରସ୍ । ଏହି କେନ୍ଦ୍ରର ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କୁ କୋଲକତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାଜ୍ୟରେ ଆହୁରି ୧୩୮ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରେ ଥିଲେ । ୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହିଭଳି ରାଜ୍ୟରେ ୯୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ