ସରଂପଚଙ୍କ ସମେତ ୨ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଗୁରୁବାର ଅପରାହ୍ନରେ ଘଟିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ କଥାକୁ କେନ୍ଦ୍ର କରି ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା କିଛି ପ୍ରବାସୀ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମର ସଂରପଚଙ୍କ ସମେତ ୨ ସହଯୋଗୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୩ ଗୁରୁତର ଆହତ ହୋଇ ସ୍ଥାନୀୟ ଉପଖଣ୍ଡ ଚକିିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆହତ ମାନେ ହେଲେ ସଂପୃକ୍ତ ଗ୍ର୍ରାମ ପଂଚାୟତର ସଂରପଚ ରଘୁନାଥ ବେହେରା, ତାଙ୍କରି ପୁତ୍ର ରଞ୍ଜନ ବେହେରା ଓ ସହଯୋଗୀ ସଂପୃକ୍ତ ଗ୍ରାମର ପ୍ରକାଶ ବେହେରା । ଖରିଡ଼ା ଗ୍ରାମର ଗ୍ରାମର ପୋଖରୀ ଖନନ କାର୍ଯ୍ୟ ଚାଲିଥିବା ବେଳେ ସରଂପଚ, ତାଭ୍‌କ ପୁଅ ଓ ସହଯୋଗୀ ଘଟଣଶ ସ୍ଥଳରେ କାର୍ଯ୍ୟର ତଦାରଖ କରୁଥିଲେ । ଉକ୍ତ ସମୟରେ ଗତ ୪ ଦିନ ପୂର୍ବେ ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ୩ ପ୍ରବାସୀଙ୍କସମେତ ସ୍ଥାନୀୟ ଗ୍ରାମର ଜଣେ ଯୁବକ ସଂପୃକ୍ତ କାର୍ଯ୍ୟ ସ୍ଥଳରେ ପଂହଚି କୌଣସି କଥାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଭ୍‌କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ୪ ଯୁବକ ଅପର ଗୋଷ୍ଠୀର ୩ ଜଣଙ୍କୁ ଉତ୍ୟକ୍ତ ହୋଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ପରବର୍ତି ସମୟରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ୩ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣଶ ସ୍ତଳରେ ପଂହଚିବା ବେଳକୁ ୪ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀ ଆହତ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ସୁତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ସଙ୍ଗରୋଧ କେନ୍ଦ୍ରରୁ ୪ ଦିନ ପୂର୍ବେ ଫେରିଥିବା ୩ ଯୁବକ ହୋମ୍ କ୍ୱାରାଂଟାଇନରେ ରହିବାର ନିୟମ ରହିଥିଲେ ମଧ୍ୟ ପାଳନ କରୁନଥିବା ଯୋଗୁଁ ସଂପୃକ୍ତ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ଏ ନେଇ ଗ୍ରାମରେ ଆଶଙ୍କାର ବାତାବରଣ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!