ନେପାଳ ସଂସଦରେ ମାନଚିତ୍ର ସଂଶୋଧନ, ଭାରତର ସମାଲୋଚନା

ନୂଆଦିଲ୍ଲୀ : ନେପାଳ ନିଜର ଭୌଗୋଳିକ ସୀମାକୁ ବଢାଇ ଭାରତର କିଛି ଅଞ୍ଚଳକୁ ନିଜର ଅଞ୍ଚଳ ଭାବେ ସଂଶୋଧିତ ମାନଚିତ୍ରରେ ଦର୍ଶାଇଛି। ନେପାଳ ସଂସଦରେ ଏ ନେଇ ସମ୍ବିଧାନ ସଂଶୋଧନ ବିଲ ଗୃହୀତ ହୋଇଛି । ଏହାକୁ ତୀବ୍ର ସମାଲୋଚନା କରିଛି ଭାରତ । ନେପାଳର ଏହି ପଦକ୍ଷେପ ଯଥାର୍ଥ ନୁହେଁ ବୋଲି ଭାରତ କହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ନେପାଳ ସଂସଦରେ ଏହି ବିଲ ଗୃହୀତ ହେବା ସଂପର୍କରେ ସରକାର ଅବଗତ ଅଛନ୍ତି । ଏହି ପ୍ରସଙ୍ଗରେ ଭାରତ ପୂର୍ବରୁ ହିଁ ନିଜର ସ୍ଥିତି ସ୍ପଷ୍ଟ କରିସାରିଛି ।ନିଜର ଭୌଗୋଳିକ ସୀମାକୁ ଏପରି ଭାବେ ବଢାଇବା କୌଣସି ଐତିହାସିକ ତଥ୍ୟ ପ୍ରମାଣ ଉପରେ ପର୍ଯ୍ୟବସିତ ନୁହେଁ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଆଲୋଚନା ମାଧ୍ୟମରେ ସୀମାବିବାଦର ସମାଧାନର ବାଟ କଷ୍ଟକର ହୋଇପଡ଼ିଛି । ସୂଚନାଯୋଗ୍ୟ ଯେ ଭାରତର ତୀବ୍ର ବିରୋଧ ସତ୍ତ୍ୱେ ନେପାଳ ସଂସଦରେ ସଂଶୋଧିତ ମାନଚିତ୍ର ବିଲ ଗୃହୀତ ହୋଇଯାଇଛି । ସଂଶୋଧିତ ମାନଚିତ୍ରରେ ଭାରତୀୟ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନେପାଳର ଅଞ୍ଚଳଭାବେ ସାମିଲ କରାଯାଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ବ୍ୟତୀତ ବିଲକୁ ନେପାଳର ବିରୋଧୀ ଦଳ ନେପାଳି କଂଗ୍ରେସ, ରାଷ୍ଟ୍ରୀୟ ଜନତା ପାର୍ଟି ନେପାଳ, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ସମର୍ଥନ କରିଥିଲେ । ଫଳରେ ୨୫୮ ସଦସ୍ୟ ବିଶିଷ୍ଟ ନେପାଳ ହାଉସ ଅଫ ରିପ୍ରେଜେଣ୍ଟିଭର ସବୁ ସଦସ୍ୟ ଏହାକୁ ସମର୍ଥନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ