୨ଲକ୍ଷ ୫୭ ହଜାର ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ରବି ଧାନ ବିକ୍ରୀ ପାଇଁ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଚଳିତ ବର୍ଷ ରବିଧାନ ସଂଗ୍ରହ ନିମନ୍ତେ ୧୦ଲକ୍ଷ ମେଟ୍ରିକ୍ ଟନ୍ ଧାର୍ଯ୍ୟ କରାଯାଇଥିବାଳେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସରକାର ସଂଗ୍ରହ କରାଯାଇଛି । ଏପର୍ଯ୍ୟନ୍ତ ୧୧ଲକ୍ଷ ୮୬ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ଧାନ ସଂଗ୍ରହ କରାଯାଉଛି । ରବି ଧାନ ସଂଗ୍ରହ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରବିଧାନ ବିକ୍ରି ନିମନ୍ତେ ରାଜ୍ୟରେ ୨ଲକ୍ଷ ୫୭ ହଜାର ୮୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ମୂଲ୍ୟ ସହାୟକ ଯୋଜନାରେ ସମବାୟ ବିଭାଗ ପକ୍ଷରୁ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ଜରିଆରେ ୨୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଡାଲି ଓ ତୈଳବୀଜ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି । ଡାଲି ଓ ତୈଳବୀଜ ସଂଗ୍ରହ ନିମନ୍ତେ ଗତବର୍ଷ ୮,୮୧୬ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିବାବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୭ ହଜାରରୁ ଉର୍ଦ୍ଧ୍ୱ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ