ଦୁଷ୍କର୍ମ କାରୀଙ୍କୁ ୭ ବର୍ଷ କାରଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଦୈାରା ଜଜ୍

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଂଚଳରେ ଗତ ୨୦୧୭ ମସିହାରେ ଆଦିବାସୀ ମହିଳାଙ୍କୁ ଜୋର ଜବରଦସ୍ତି ଦୁଷ୍କର୍ମ କରିବା ଘଟଣାରେ ମାନ୍ୟବର ଜିଲ୍ଲା ଦୈାରାଜଜ୍ କୋର୍ଟ ରାୟ ଶୁଣାଇଛନ୍ତି । ସମସ୍ତ ପ୍ରମାଣ ଓ ୧୩ୂ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିବା ସହ ଦୁଷ୍କର୍ମକାରୀ ଙ୍କ ବିରୋଦ୍ଧରେ ରାୟ ଶୁଣାଇଛନ୍ତି ।ଅଭିଯୁକ୍ତକୁ ୭ ବର୍ଷ କାରଦଣ୍ଡ ଣୁଣାଇବା ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି । ପ୍ରକାଶ ଯେ ୨୦୧୭ ମସିହା ଜାନୁୟାରୀ ମାସ ୨୬ ତାରିଖରେ ପିଡିତା ଡୁବୁରି ହାଟ ରୁ ଫେରୁଥିବା ସମୟରେ ଲାଦର ମହାଙ୍କୁଡ ଭିମଟାଙ୍ଗର ଛକ ନିକଟରେ ବଳ ପୁର୍ବକ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଇନଜୀବି ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ