ଥିଲେ ନେଗେଟିଭ, ବାହା ହେବା ପରେ ପଜିଟିଭ
ମୁମ୍ବାଇ : ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହ କରିବାର ତିନି ଦିନ ପରେ କରୋନା ପଜିଟିଭ ବାହାରିଛନ୍ତି । ସେ ଲାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି । ବିବାହ କରିବା ପୂର୍ବରୁ ବି ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା । ଯାହାକି ନେଗେଟିଭ ବାହାରିଥିଲା । ମାତ୍ର ସୋମବାର ତାଙ୍କର ଆଉ ଥରେ କରୋନା ପରୀକ୍ଷା କରାଯାଇଥିଲା । ଏଥରକ ତାଙ୍କର କରୋନା ପଜିଟିଭ ବାହାରିଛି । ଏହା ପରେ ତାଙ୍କ ପତ୍ନୀ ସମେତ ବିବାହ ଉତ୍ସବରେ ଯୋଗ ଦେଇଥିବା ୬୩ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ପାଲଘର ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ଯୋଗୁଁ ୧୯୧୧ଟି ମାମଲା ସାମ୍ନାକୁ ଆସିଥିଲା ବେଳେ ୬୧ ଜଣ ପ୍ରାଣ ହରାଇଛନ୍ତି ।