ଦୁଇ ଚୋରା ଗୋଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ପାଲଟିଛି ଚୋରା ଗୋଚାଲାଣକାରୀଙ୍କ ଚରାଭୁଇଁ । ସେମାନେ ପଶ୍ଚିମବଙ୍ଗକୁ ଚାଲାଣ କରି ସେଠାରୁ ବାଂଲାଦେଶ ପଠାନ୍ତି । ଗଣମାଧ୍ୟମରେ ଗୋଚାଲାଣ ଉପରେ ବାରମ୍ବାର ଖବର ମଣ୍ଡନ କରାଯାଇଛି, ହେଲେ ଚୋରାଚାଲାଣ ମାଫିଆଙ୍କ ଭିତିରିଆ କାହାର ଆଶୀର୍ବାଦରେ‌ ଗୋଚାଲାଣ କରୁଛନ୍ତି ଭଗବାନଙ୍କୁ ଜଣା ! କିନ୍ତୁ ଏବେ ବିଶୋଇ ପୋଲିସ ଗୋଚାଲାଣକାରୀଙ୍କ ଉପରେ ତିକ୍ଷଣ ନଜର ରଖିଛି । ଲକ୍ ଡାଉନ୍ ଚାଲିଛି, ହେଲେ ଗୋଚାଲାଣକାରୀଙ୍କ ପରବାୟ ନାହିଁ । ମଧ୍ୟ ରାତ୍ରରେ ସେମାନେ ପିକ୍ ଅପ୍ ଭେନରେ ଜାତୀୟ ରାଜପଥରେ ଦୃତ ଗତିରେ ନେଇ ପଳାଉଛନ୍ତି । ମୟୂରଭଂଜ ଜିଲ୍ଲାର ବିଶୋଇ ପୋଲିସ ସୋମବାର ରାତିରେ ପେଟ୍ରୋଲିଂ କରୁଥିବା ବେଳେ ହଠାତ୍ ୪୯ନମ୍ବର ସହ ଜାତୀୟ ରାଜପଥରେ ଦୃତ ଗତିରେ ଏକ ପିକ୍ ଅପ୍ ଭେନ ପଳାଇ ଯାଉଥିବା ବେଳେ ବିଶୋଇ ପୋଲିସ ପିଛା କରି ଗାଡ଼ିଟିକୁ ଅଟକାଇ ଥିଲା ।ଗାଡ଼ିରେ ୮ଟି ଗୋରୁ ଥିଲେ । ବିଶୋଇ ଥାନା ଅଧିକାରୀ ଫନିନ୍ଦ୍ର ଭୁଷଣ ନାଏକ ଡ୍ରାଇଭର ସେକ ପପୁ(୨୦) ଘର-ବାଦାମପାହାଡ ଥାନା ଅନ୍ତର୍ଗତ ଦେଓଗାଁ ଏବଂ ସହଯୋଗୀ ସେକ ଫିରଦୋଷ ଘର-ତେଣ୍ଟପୋଷୀ,ଗାଡ଼ି ନଂ ଓଡି୧୧ଏନ ୪୧୫୦। ପୋଲିସ କେଶ ନ଼ଂ ୫୩/୨୦ ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ