ସ୍କିଲ୍ ଇଣ୍ଡିଆ ମିଶନକୁ ୪ ବର୍ଷ ପୂରିଲା: ପ୍ରତିବର୍ଷ ୧ କୋଟିରୁ ଅଧିକ ଯୁବବର୍ଗଙ୍କୁ ଦକ୍ଷ କରାଯାଉଛି

ଭାରତରେ କାର୍ଯ୍ୟ କରୁଥିବା ସ୍କିଲ୍ ଇଣ୍ଡିଆ ମିଶନ୍କୁ ଇତିମଧ୍ୟରେ ୪ ବର୍ଷ ପୂରଣ ହୋଇଛି । ଏହି ସମୟ ମଧ୍ୟରେ ପ୍ରତି ବର୍ଷ ୧ କୋଟିରୁ ଅଧିକ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି । ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ବିଦ୍ୟୁତ୍ଚାଳିତ ଯାନ ଉପରେ ଆଇଟିଆଇ ପାଠ୍ୟକ୍ରମ ତଥା ସ୍ମାର୍ଟ ଏଗ୍ରିକଲଚର ପାଠ୍ୟକ୍ରମରେ ଆଇଓଟିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କୌଶଳ ଯୁବ ସମାଦ୍ର ଆରମ୍ଭ ହୋଇଛି । ସେହିପରି ଆପ୍ରେଟିଂସ୍ ତାଲିମ୍ର ବିକାଶ ପାଇଁ ଏସବିଆଇ ଏବଂ ଏଚଡିଏଫସି ବ୍ୟାଙ୍କ ସହିତ ମଳିତ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି । ଏହାଦ୍ୱାରା ଏସବିଆଇରେ ୫,୦୦୦ ଏବଂ ଏଚଡିଏଫସିରେ ୧୦,୦୦୦ ପେଶାଦାର ଯୋଗଦେବେ । ଏହାସହିତ ପିଏମ୍କେଭିୱାଇ ଅନ୍ତର୍ଗତ ୧୭୦,୦୦୦ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ଇଣ୍ଡିଆନ୍ ପେମେଂଟ୍ ବ୍ୟାଙ୍କ ସହିତ ବୁଝାମଣା ହୋଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଘରୋଇ କମ୍ାପନୀ ସହିତ ବୁଝାମରା ହୋଇଛି । ଅର୍ବାନ୍ କ୍ଲାପ୍, ନେସ୍ ୱାଡିଆ କଲେଜ ଅଫ୍ କମର୍ସ, ମ୍ୟାକ୍ ଡୋନାଲ୍ଡ୍, ଶ୍ରୀ ଶଙ୍କରଲାଲ୍ ସୁନ୍ଦରବାଈ ଶାହସନ ମହିଳା ଜୈନ୍ କଲେଜ, ବୋଟ୍ ଭିଏଫଏକ୍ସ ଲିମିଟେଡ୍, ବିକାତନ ଗ୍ରୁପ୍, ଏରୋଷ୍ଟ୍ରକଚର ଫିଟର ଏବଂ େଓô୍ଲଡର ଆଇଟିଆଇ କାର୍ଯ୍ୟକ୍ରମରେ ନାଗପୁରର ଡାସଲ୍ଟ ଆଭିଏସନ୍ ଏବଂ ମହିଳା ସଶକ୍ତି କରଣ ପାଇଁ ଆରଡିଏସଡିଇ ପଞ୍ଜାବ ଏବଂ ଟ୍ରାଇଡେଂଟ୍ ଗ୍ରୁପ୍ ସହିତ ବୁଝାମଣା ହୋଇଛି । ଏହା ଅନ୍ତର୍ଗତ କୌଶଳ ପଖୱାଡା କାର୍ଯ୍ୟକ୍ରମ ଜୁଲାଇ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ରୁଷିଆର କାଜାନ୍ ଠାରେ ଅଗଷ୍ଟ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅନ୍ତର୍ଜାତୀୟ ୱାର୍ଲ୍ଡ ସ୍କିଲ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟିମ୍ ଇଣ୍ଡିଆର ୪୮ ଜଣିଆ ଦଳ ଘୋଷଣା ହୋଇଛି । ଏଥିରେ ୬୬ଟି ଦେଶ ଯୋଗଦେବେ । ଅଂଶଗ୍ରହଣକାରୀଙ୍କ ବୟସସୀମା ୨୩ ବର୍ଷ ମଧ୍ୟରେ ରହିଛି । ୪୪ଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସେମାନେ ଯୋଗଦେବେ । ସ୍କିଲ୍ ଇଣ୍ଡିଆର ୪ର୍ଥ ବାର୍ଷିର୍କ ଉତ୍ସବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୁଖ୍ୟ ଅତିଥିମାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାହକ୍, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଏମଏସଡିଇ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂ, ଏ.ଏମ୍. ନାଇକ୍, ଦକ୍ଷତା ବିକାଶ ଓ ଉଦ୍ୟୋଗ ସଚିବ ଡ. କେ.ପି. କ୍ରିଷ୍ଣନ୍, ଦକ୍ଷତା ବିକାଶ ଓ ଉଦ୍ୟୋଗ ଯୁଗ୍ମ ସଚିବ ରାଜେଶ ଅଗ୍ରୱାଲ, ଜାତୀୟ ଦକ୍ଷତା ବିକାଶ ନିଗମ ଏମଡି ତଥାସିଇଓ ଡ. ମନୀଶ୍ କୁମାର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ, “ସ୍କିଲ୍ ଇଣ୍ଡିଆ ମିଶନ ଯୁବବର୍ଗଙ୍କ ଜୀବନଜୀବିକା ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଛି । ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି । ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ କହିଲେ, “ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଅନୁସାରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଜାରି ରହିଛି । ଇତିମଧ୍ୟରେ ଏହି କ୍ଷେତ୍ରରେ ଆମେ କେତେକ ନୂତନ କାର୍ଯ୍ୟକ୍ରମର ପ୍ରଣୟନ କରିଛୁ । ଏସବୁ କାର୍ଯ୍ୟକ୍ରମ ଯୁବବର୍ଗଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଅବସରରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ , କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଏମଏସଡିଇ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ପ୍ରମୁଖ ସୁଚିନ୍ତିତ ମତପୋଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ