ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱ ସଚେତନତା ରାଲି

ହିଞ୍ଜିଳିକାଟୁ, (ୱାଇଏନଏସ): ସାରା ଦେଶରେ ମହାମାରୀ କରୋନା ଭୁତାଣୁ କାୟା ବସ୍ତାର କରିଥିବା ବେଳେ ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରୀ ରହିଛି । କରୋନକୁ ମାତ୍ ଦେବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରୀ କରାଯାଇଛି । ଜିଲ୍ଲାରେ ୨ୟ ପର୍ଯ୍ୟାୟ ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରହିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମ୍ମନିତ ଶିଶୁ ବିକାଶ ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକର ୭ଟି ଗ୍ରାମ ପଂଚାୟତରେ ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ବହୁ ସ୍ୱଂୟ ସହାୟିକା ଗୋଷ୍ଠୀ ଓ ପଂଚାୟତ ସ୍ୱଂୟ ସିଦ୍ଧା ମାନେ ସ୍ଥାନୀୟ ବ୍ଳକର ଦାରୁଭଦ୍ରା, ନିମିଗାଁ, ଖରିଡ଼ା, ବେଲଗାଁ, ସମରଝୋଳ, ବଡ଼ଖଣ୍ଡି, ପଲ୍ଲୀପଦ୍ମନାଭପୁର ପଂଚାୟତରେ ସଚେତନତାତ୍ମକ ସ୍ଳୋଗାନ ଦେବା ସହ ପ୍ଳାକାର୍ଡ ଧରି ସଂପୃକ୍ତ ଗ୍ରାମ ପଂଚାୟତ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଗାଁ ଗାଁ ବୁଲି ସଚେତନ କରୁଥିବାର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ସୋନାଲି ବେହେରା ପରିଚାଳନା କରିଥିବା ବେଳେ ଅଙ୍ଗନୱାଡ଼ି, ଆଶା, ଏଏନଏମ, ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ