ଇଡ଼କୋର ବେଆଇନି ଉଚ୍ଛେଦକୁ ବିରୋଧ କଲେ ଚୌଦ୍ୱାର, ଗୋପାଳପୁର ଗ୍ରାମବାସୀ

ଚୌଦ୍ୱାର : (ଦୀପକ୍ କୁମାର ବେଉରା) ଦୀର୍ଘବର୍ଷ ଧରି ରହିଆସୁଥିବା ଶତାଧିକ ଗ୍ରାମବାସୀଙ୍କୁ ବେଆଇନ ଉଛେଦକୁ ବିରୋଧ କରିଛନ୍ତି କଟକ ଜିଲ୍ଲା ଟାଙ୍ଗିଚୌଦ୍ୱାର ବ୍ଲକ ଅନ୍ତର୍ଗତ ବାଣୀପଦା ପଂଚାୟତର ଗୋପାଳପୁର ଗ୍ରାମବାସୀ । ଗ୍ରାମବାସୀମାନେ ଇଡ଼କୋ ଏହି ଉଦ୍ୟମ ବିରୋଧରେ କଟକ ସଦର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ବାଣିପଦ ସରପଞ୍ଚଙ୍କ ପ୍ରତିନିଧି ତୀର୍ଥାନନ୍ଦ ସୁବୁଦ୍ଧିରାୟଙ୍କ ନେତୃତ୍ୟରେ ଗ୍ରାମବାସୀଙ୍କ ଏକ ପ୍ରତିନିଧିମଣ୍ଡଳୀ ଉପଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଗୋପାଳପୁର ଗ୍ରାମରେ ୬୦ ଟି ପରିବାର ପୂର୍ବ ପୁରୁଷ ରୁ ଏଠାରେ ବାସ କରୁଛନ୍ତି ।ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଶ୍ମଶାନ, ଅଙ୍ଗନବାଡି କେନ୍ଦ୍ର, ଗ୍ରାମ ଦେବୀ ମନ୍ଦିର, ସରକାରୀ ଖର୍ଚ୍ଚରେ ରାସ୍ତା ଓ ଖେଳ ପଡିଆ ରହିଛି ।ଗ୍ରାମ ନିକଟରେ ଗ୍ରାମବାସୀମାନେ ମିଶି ବଡ଼ ଜଙ୍ଗଲ ମଧ୍ୟ ସୃଷ୍ଟି କରିଛନ୍ତି । କିଛି ଲୋକ ଏହି ଜଙ୍ଗଲକୁ କାଟିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବାରୁ ଏପରି କରିବାକୁ ଇଡ୍କୋ କହିଛି ବୋଲି କହିଛନ୍ତି । ପରେ ଏହି ଗ୍ରାମକୁ ଇଡ୍କୋ କୁ ହସ୍ତାନ୍ତର କରାଯାଇଥିବା ପ୍ରକାଶ କରିଛନ୍ତି । କିଛି ପ୍ରଭାବଶାଳୀ ଲୋକ ଇଡ୍କୋ ଜମି ରେ ବେଆଇନି ନିର୍ମାଣ କରିବା ସହ ଗ୍ରାମକୁ ଉଚ୍ଛେଦ କରିବା ପାଇଁ ଚାରିପଟେ ପାଚେରୀ ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଜମି ହସ୍ତାନ୍ତର ପୂର୍ବରୁ ଗ୍ରାମବାସୀଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ଜଣାପଡିଛି ।ଗ୍ରାମର ଜନବସତି ଅଂଚଳ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଗ୍ରାମ୍ୟ ମନ୍ଦିର, ଖେଳ ପଡିଆ ଓ ଗ୍ରାମ୍ୟ ଜଙ୍ଗଲ କୁ ବାଦ ଦେଇ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ନଚେତ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ