ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଲେ ଡ. ଭଗବାନ ଗନ୍ତାୟତ
ବ୍ରହ୍ମପୁର, (ଅନିଲ କୁମାର): ସ୍ଥାନୀୟ ସଞ୍ଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନର ଗୃହ ଠାରେ ଚନ୍ଦ୍ର କଳ୍ପେଶ୍ୱର ନିର୍ମାଣ ସଂଘ ତରଫରୁ ମଙ୍ଗଳବାର ଦିନ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ସଂଘର ସଭାପତି ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କ ଠାରୁ ମିଳୁଥିବା ପ୍ରାପ୍ୟ ୧୫୦୦ ଟଙ୍କା ବହୁ ଶ୍ରମିକଙ୍କୁ ମିଳିନଥିବା ନେଇ ଆଲୋଚନା ହୋଇଥିଲା । ଶହେ ଜଣ ଶ୍ରମିକମାନଙ୍କ ପଞ୍ଜିକୃତ ନାମ ରଙ୍ଗେଇଲୁଣ୍ଡା ବ୍ଲକ୍ରେ ଥିବା ସ୍ଥଳେ ସେମାନଙ୍କ ନାମ କନିଷି ବ୍ଲକ୍ରେ ଉଲ୍ଲେଖ ଥିବା ସଂଘର ସଂପାଦକ ଡମ୍ବରୁ ରଣା କହିଥିଲେ । ସ୍ଥାନୀୟ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏହି ବିଷୟ ଦୃଷ୍ଟିକୁ ଅଣାଯାଇଥିଲେ ମଧ୍ୟ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ଅଦ୍ୟବଧି ପାଇନାହାଁନ୍ତି । ଯାହାଦ୍ୱାରା ସେମାନଙ୍କ ପରିବାର ବର୍ତ୍ତମାନ କରୋନା ସମୟରେ ଭୋକ ଉପାସରେ ରହିଛନ୍ତି । ସେମାନଙ୍କ ନାର୍ଯ୍ୟ ପ୍ରାପ୍ତ ତୁରନ୍ତ ପ୍ରଦାନ ପାଇଁ ସଭାପତି ଡ. ଭଗବାନ ଗନ୍ତାୟତ ଓ ସମସ୍ତ ସଭ୍ୟ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଏହି ବୈଠକରେ ଶ୍ରମିକ ସଭ୍ୟ ପୁରୁଷୋତ୍ତମ ବେହେରା, ବଳରାମ ଗୌଡ଼, ଶିବ ମହାରଣା, ମନୋରଂଜନ ଗୌଡ଼, କୃଷ୍ଣ ସେଠୀ, ମିଟୁ ସେଠୀ, ବାସୁଦେବ ନାୟକ, ମୁନା ଡ଼ାକୁଆ, ଉଦୟନାଥ ସାହୁ, ଗୋପାଳ ସାହୁ, ବିଶ୍ୱନାଥ ଦୋରା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଡ.ଗନ୍ତାୟତ ସମସ୍ତ ଶ୍ରମିକଙ୍କୁ ଏସ୍ଏମ୍ଆଇଟି ତରଫରୁ ବସ୍ତ୍ର ବଣ୍ଟନ କରିଥିଲେ ।