କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଫୁଲବାଣୀ ଅବକାରୀ ଥାନା ପକ୍ଷରୁ ସଦର ଥାନା ଅନ୍ତର୍ଗତ ସାଧାନା ଛକ ନିକଟରେ ଏକ କାର ଉପରେ ଚଢାଉ କରାଯାଇ ୧୯ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅବକାରୀ ଇନ୍ସିପେକ୍ଟର ଅଜୟ କୁମାର ବେହେରାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ଅଂଚଳରୁ ଯାଜପୁରର ସୁକିନ୍ଦା ଅଂଚଳକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଟିମ୍ ଉକ୍ତ କାରକୁ ସାଧନା ଛକ ନିକଟରେ ଚଢାଉ କରି ଯାଞ୍ଚ କରିଥିଲେ।ଯାଞ୍ଚ ବେଳେ ସେଥିରୁ ୧୯ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। କାର ସହ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସାନସାଇଲୋ ଗ୍ରାମର ବିକ୍ରମ ସେଠୀଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାମରେ ଅବକାରୀ ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଇନ୍ସପେକ୍ଟର ଅଜୟ ବେହେରାଙ୍କ ସମେତ ଏଏସଆଇ ରଞ୍ଜିତ୍ ପଟ୍ଟନାୟକ, କନେଷ୍ଟବଲ୍ ଅମରଜିତ୍ ସାହୁ, ଏମ ସଞ୍ଜିବ କୁମାର, ମଧୁସୂଦନ ବେହେରା ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ