ସାମାନ୍ୟ ବଚଷାରୁ ହତ୍ୟାକାଣ୍ଡ

ମୟୁରଭଞ୍ଜ , (ଯୁଗାବ୍ଦ ନ୍ୟୁଜ): ମୟୁରଭଂଜ ଜିଲ୍ଲା ମହୁଲଡିହା ଥାନା ଅଧିନ ନଦା ଗ୍ରାମରେ ଜମିବାଡ଼ି ଟଙ୍କା ନେଣ ଦେଣ ମାମଲାକୁନେଇ ଏକ ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ଗଜେନ୍ଦ୍ର ପାତ୍ର ଏବଂ ନାରାୟଣ ପାତ୍ର ଗତକାଲି କେନ୍ଦୁଝର ଜିଲ୍ଲାକୁ ଜମିବାଡି ମାମଲାରେ ଟଙ୍କା ନେଣ ଦେଣ ପାଇଁ ଯାଇଥିଲେ।ସେଠାରୁ ଫେରିବା ସମୟରେ ଦୁଇଜଣଙ୍କ ମଧ୍ୟରେ ବଚଷା ହୋଇଥିଲା ଯାହା ଉଗ୍ର ରୂପ ଧାରଣା କରିଥିଲା । ଗଜେନ୍ଦ୍ର ନାରାୟଣକୁ ଟାଙ୍ଗିଆ ରେ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେହିଁ ନାରାୟଣ ପାତ୍ରଙ୍କର ମୃତୁ ଘଟିଥିଲା । ସେପଟେ ଏହି ଘଟଣାରେ ଗଜେନ୍ଦ୍ରର ଦୁଇ ପୁତ୍ର ମଧ୍ୟ ସାମିଲ ଥିବାର ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଏବଂ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ