କରୋନାଜନିତ ମୃତ୍ୟୁସଂଖ୍ୟା: ଆମେରିକା ଆଗରେ, ଅଷ୍ଟମ ସ୍ଥାନରେ ଭାରତ
ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନାଜନିତ ମୃତ୍ୟୁସଂଖ୍ୟାଟ ବୃଦ୍ଧିପାଇଚାଲିଥିବାବେଳେ ଭାରତର ସ୍ଥାନ ରହିଛି ଅଷ୍ଟମରେ। ସବୁଠାରୁ ଆଗରେ ରହିଛି ଆମେରିକା। ବିଶ୍ବରେ କରୋନାଭାଇରସ୍ ସଂକ୍ରମଣ ସମ୍ବନ୍ଧୀୟ ଘଟଣା ଉପରେ ଦୃଷ୍ଟି ରଖୁଥିବା ଏକ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି।
ୱର୍ଲଡୋମିଟର୍ ନାମକ ଏହି ସଂସ୍ଥାନର ୱେବ୍ସାଇଟ୍ ତଥ୍ୟରୁ ଜଣାପଡ଼ିଛି ଯେ, କ୍ରମାନ୍ବୟରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍, ଇଂଲଣ୍ଡ୍ ଏବଂ ଇଟାଲି ପ୍ରଭୃତି ଦେଶରେ କୋଭିଡ୍୧୯ଜନିତ ମୃତ୍ୟୁସଂଖ୍ୟା ଅଧିକ। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁସଯାୟୀ ସକାଳ ୮ଟା ସୁଦ୍ଧା ଭାରତରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୨, ୫୩୭ରେ ପହଞ୍ଚିଛି। କୁହାଯାଉଛି ଯେ କୋଭିଡ୍-୧୯ ବିଶ୍ବର ୨୧୩ଟି ଦେଶ ଓ ଅଞ୍ଚଳରେ ୪୫୬, ୨୧୯ ଲୋକଙ୍କ ପ୍ରାଣ ନେବା ସହ ୮. ୫ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଛି। ଏବେ ଆମେରିକାରେ ମୃତ୍ୟୁସଂଖ୍ୟା ରହିଛି ୧୨୦, ୬୮୮, ବ୍ରାଜିଲ୍ରେ ୪୭, ୮୬୯, ଇଂଲଣ୍ଡ୍ରେ ୪୨, ୨୨୮୮, ଇଟାଲିରେ ୩୪, ୫୧୪, ଫ୍ରାନ୍ସ୍ରେ ୨୯, ୬୦୯, ସ୍ପେନ୍ରେ ୨୭, ୧୩୬, ମେକ୍ସିକୋରେ ୧୯, ୭୪୭, ଭାରତରେ ୧୨, ୬୦୪ (ପୁରୁଣା ତଥ୍ୟ), ଇରାନ୍ରେ ୯, ୨୭୨ ଏବଂ କାନାଡାରେ ୮, ୩୦୦।