ଶେରଗଡ଼ରେ ଗଞ୍ଜାମ ଜିଲ୍ଲାପାଳଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

ଶେରଗଡ଼, (ଦେବୀ ପ୍ରସାଦ ଦାଶ): କରୋନା ଆତଙ୍କ ରେ ସମଗ୍ର ବିଶ୍ୱର ଜନସାଧାରଣ ଆତଙ୍କିତ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି, ଏହି ପରିପ୍ରେକ୍ଷୀରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ର ପୁରରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ରାମଚନ୍ଦ୍ର ପୁରରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି କରୋନାରୁ ଜନସାଧାରଣ କିପରି ସଚେତନ ରହିବେ ତାହା ଉପରେ ଆଲୋଚନା କରିଥିଲେ । କରୋନା ଭଳି ଏକ ମହାମାରିରୁ କିପରି ନିଜକୁ ରକ୍ଷା କରିହେବ ସେ ଉପରେ ଅଲୋଚନା କରିଥିଲେ । ପରିବେଶ ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । କରୋନା ଦାଉରୁ ନିଜକୁ ବଞ୍ଚାଇବାକୁ ହେଲେ ହାତକୁ ବାରମ୍ବାର ସବୁନୁ ରେ ଧୋଇବା,ବାହାରକୁ ଗଲା ବେଳେ ମାସ୍କ ବ୍ୟବହାର କରିବା,ସାମାଜିକ ଦୂରତା ବଜାୟ ରଖିବା,ଥଣ୍ଡା,ଜର ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା,ଦରକାର ନଥିଲେ ବାହାରକୁ ବାହାରିବାନି ଏଭଳି ପରାମର୍ଶ ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ । ନିଜେ ସଚେତନ ରହିବାକୁ କହିଲେ । ସଚେତନ କ୍ରାଯ୍ୟକ୍ରମରେ ,ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ, ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ା, ସମାଜସେବୀ ତଥା ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ରାଜସ୍ୱ ନିରୀକ୍ଷକ ଶ୍ରୀ ବାବୁଲା ଦଳାଇ ଓ ଆଶା କର୍ମୀ. ଏ ଏନ ଏମ କର୍ମୀମାନେ ମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନତା କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ