ନଥିପତ୍ରରେ ସୀମିତ ହୋଇ ରହିଛି ସରକାରଙ୍କ ଯୋଜନା

ସୋନପୁର ,  (ଯୁଗାବ୍ଦ ନ୍ୟୁଜ ) : ରାଜ୍ୟ ସରକାରଙ୍କ ଭିନ୍ନଭିନ୍ନ ଯୋଜନା ସହ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ  କେବଳ ଅଭିଜାନରେ ରହିଯାଇଛି । ସତେ ଯେମିତି ସମସ୍ତ ଯୋଜନା ନଥିପତ୍ରରେ ସୀମିତ ହୋଇ ରହିଛି । ତାର ଜ୍ୱଳନ୍ତ ଉଦାହରଣ ହେଉଛି ସୁବର୍ଣ୍ଣପୁର ବସଷ୍ଟାଣ୍ଡରେ ପରିଲକ୍ଷିତ ହେଉଛି । କୁଢକୁଢ ଅଳିଆ ଆବର୍ଜନା ପୂର୍ଣ୍ଣ ବସଷ୍ଟାଣ୍ଡ ସତେ ଯେମିତି ଅଳିଆ ଗଦା ପରି ମନେ ହେଉଛି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ନିମନ୍ତେ ବିଶ୍ରାମାଗାର ନାମକୁ ମାତ୍ର ଅଛି । ତାହ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳି ପାଲଟିଛି । ତାହା ପାଶ୍ୱରେ ଥିବା ଅଳିଆ ଗଦା କଥା କହିଲେ ନ ସରେ । ପିଇବାପାଣି ଯାହାକି ଯାତ୍ରୀମାନଙ୍କର ନିତାନ୍ତ ଆବଶ୍ୟକ ତାହା ଠିକ ଭାବେ ମିଳିପାରୁନାହିଁ । ପୈାର ପରିଷଦ ପକ୍ଷରୁ ବିଜୁଳି ବ୍ୟବସ୍ଥା କରା ଯାଇଥିଲେ ହେଁ କିଛ ଜାଗାରେ ରାତିରେ ଅନ୍ଦାର ରହୁଛି ତାହା ମଧ୍ୟ ପୈାର ପରିଷଦ କୁ ଦେଖିକି ନ ଦେଖିଲା ପରି । ଆଜି ପର୍ଯ୍ୟନ୍ତ ପୈାର ପରିଷଦ ପକ୍ଷରୁ ଯାତ୍ରୀଙ୍କ ପାଇଁ ମଗଣା ଶୌଚାଳୟ ଟିଏ ମଧ୍ୟ ହୋଇପାରିଲା ନାହିଁ । ପ୍ରତିଦିନ ବସଷ୍ଟାଣ୍ଡରୁ ୫୦ ରୁ ୧୦୦ ବସ୍ ଯାତାୟାତ କରିଥାଏ । ଏଠାରୁ ରାଜଧାନି ଠାରୁ ଆରମ୍ଭ କରି ବଲାଙ୍ଗୀର ,ବୈାଦ୍ଧ , ସମ୍ବଳପୁର, ବରଗଡ, କଂଟାମାଳ, ବିରମହାରାଜପୁରକୁ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀଙ୍କ ଗମନାଗମନର କେନ୍ଦ୍ରବିନ୍ଦୁ ଏହି ବସଷ୍ଟାଣ୍ଡ । ହେଲେ ଏପରି ଅବ୍ୟବସ୍ଥାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ତ୍ରୁନ୍ତ ଏହିସବୁ ଅସୁବିଧାକୁ ସରକାର ସମାଧାନ କରନ୍ତୁ ବୋଲି ଯାତ୍ରୀ ଓ ବୁଦ୍ଧିଜୀବୀମାନେ ଚର୍ଚା ଓ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ