ପିଜି ଓ ୟୁଜି ସିଲାବସ୍‌ରେ ‘ସେଲ୍ଫ ଷ୍ଟଡି’ କୋର୍ସ

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ୟୁଜି ଆଉ ପିଜି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁ ହେବ ୨୫% ସେଲ୍ଫ ଷ୍ଟଡି କୋର୍ସ । ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ୟୁଜିସି ସୁପାରିଶ ଅଛି ୨୫ ପ୍ରତିଶତ ଶିକ୍ଷାଦାନ ଅନଲାଇନ ମାଧ୍ୟମରେ କରାଯିବାକୁ ଥିବାବେଳେ ଓ ୭୫ ପ୍ରତିଶତ ଶିକ୍ଷାଦାନ କଲେଜରେ କ୍ଲାସ କରାଯିବ ବୋଲି ସୂଚନା ରହିଛି । ଏହା ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ । ଏ ନେଇ ଷ୍ଟଡି ମ୍ୟାଟେରିଆଲ ଗୁଡ଼ିକର ରେଫେରେନ୍ସ ଦିଆଯିବ । ତେବେ ଯଦି କୌଣସି ଅସୁବିଧା ବା ଡାଉଟ ରହିଲେ କଲେଜ ଆସି ଡାଉଟ୍‌ କ୍ଲିଅର କରିପାରିବେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଶେଷଜ୍ଞ ଟିମକୁ ଷ୍ଟଡି ମ୍ୟାଟେରିଆଲ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ