ଆନ୍ତର୍ଜାତିକ ଯୋଗ ଦିବସ: ଘରେ ପାଳିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ : ଆଜି ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସମସ୍ତ ସାମାଜିକ ଦୂରତ୍ୱ ନିୟମ ମାନି ଘରେ ପରିବାର ଲୋକଙ୍କ ସହିତ ଏହି ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି, ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବାକୁ ଯାଉଛି। ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ହେଉଛି ‘ଗୃହରେ ଯୋଗ ଓ ପରିବାର ସହିତ ଯୋଗ’। ସେ କହିଛନ୍ତି ଯେ, ଏକ ବିଶାଳ ମହାମାରୀ ବିରୋଧରେ ବିଶ୍ୱ ସଂଗ୍ରାମ କରୁଛି। କିନ୍ତୁ କୋଭିଡ୍‍-୧୯ ସୃଷ୍ଟି କରିଥିବା ଅନେକଗୁଡ଼ିଏ ଆହ୍ୱାନର ମୁକାବିଲା ପାଇଁ ଯୋଗ ବହୁମୁଖୀ ସମାଧାନର ମାର୍ଗ ଦର୍ଶାଉଛି। ଯୋଗ ଲୋକମାନଙ୍କୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ଜଣାଇବା ପାଇଁ ସୁଯୋଗ ଦେଇଥାଏ। ଏହା ଏକ ଦୃଢ଼ ମନ ତଥା ସୁସ୍ଥ ଶରୀର ଗଠନରେ ମଧ୍ୟ ସହାୟକ ହୋଇଥାଏ। ମାନସିକ, ଶାରିରୀକ ଓ ମନସ୍ତାତ୍ତ୍ୱିକ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା ପାଇଁ ଯୋଗ ସାହାଯ୍ୟ କରିଥାଏ। କୋଭିଡ୍‍ ପରବର୍ତ୍ତୀ କାଳରେ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ। ଯୋଗ ଆହୁରି ଲୋକପ୍ରିୟ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ଗତ କିଛି ବର୍ଷ ଧରି ବିଶେଷ କରି ଯୁବବର୍ଗ ମଧ୍ୟରେ ଯୋଗ ଲୋକପ୍ରିୟ ହେଉଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ