ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ –
ଶୁଭ ରଙ୍ଗ – ଧଳା, ଲାଲ ଓ ମାଟିଆ
ସମସ୍ତ କ୍ଷେତ୍ରରେ ସୁସମ୍ପର୍କ ରହିବ, ନୂତନ ଯାନବାହାନ କ୍ରୟ କରିବାର ସୁଯୋଗ ରହିବ, ଜାଗାବାଡି,ଠିକାଦାରି, ସାମରିକ ବିଭାଗ, ଔଷଧ ବ୍ୟବସାୟ କ୍ଷେତ୍ରରେ ସୁଫଳ ପ୍ରାପ୍ତ ହେବ ॥
କଳା କିମ୍ବା ନିଳ ରଙ୍ଗ ବ୍ୟବହାର କରିବେ ନାହିଁ ॥
ବଜ୍ରଙ୍ଗବାଲୀଙ୍କୁ ଗୋଟା ନଡିଆ ଅର୍ପଣ କରନ୍ତୁ ॥
ବୃଷ –
ଶୁଭ ରଙ୍ଗ – ଧଳା, କମଳା॥
କର୍ମକ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ମିଳିବ, ବ୍ୟବସାୟରେ ଲାଭ ବଢିବ, ଦାମ୍ପତ୍ୟ କିମ୍ବା ପ୍ରେମିଯୁଗଳ ଙ୍କର ସ୍ଥିତି ଭଲ ରହିବ,ମାତ୍ର ଘାତଚନ୍ଦ୍ର ହେତୁ ଶୁଭକର୍ମ ବର୍ଜନିୟ ॥
ଆଜି ଆମିଷ ଭକ୍ଷଣ କରନ୍ତୁ ନାହିଁ ॥
କୌଣସି କିନ୍ନରଙ୍କୁ କିଛିଭି ଦାନ କରନ୍ତୁ ॥
ମିଥିନ –
ଶୁଭ ରଙ୍ଗ – ଧଳା
ଯାନବାହାନ ଜନିତ କ୍ଷୟକ୍ଷତି ହେବ, ମା’ଙ୍କର ସ୍ବାସ୍ଥ୍ୟ ବିଗିଡିବ କିମ୍ବା ଅସହଯୋଗର ସମ୍ମୁଖିନ ହେବେ, ପାରିବାରିକ ସ୍ଥିତି ଭଲରହିବ ନାହିଁ॥
ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରୁହନ୍ତୁ ॥
ମାଦକ୍ଷୀଣକାଳୀଙ୍କୁ ଦର୍ଶନ କରନ୍ତୁ ରିଷ୍ଟ କଟିଯିବ ॥
କର୍କଟ –
ଶୁଭ ରଙ୍ଗ – ଧଳା,ଖଇରିଆ କିମ୍ବା ଗୋଲାପି
ମାନସିକ ଶାନ୍ତି ସହିତ ଆତ୍ମବଳ ଦୃଢ ରହିବ, ନିଜ ବାକ୍ୟର ସୁମୂଲ୍ୟ ମିଳିବା ସହିତ ମାନସମ୍ମାନ ମିଳିବ ॥
ଆଜି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥
ଟଙ୍କାପଇସା ବିଷୟରେ ସତର୍କ ରହିବେ ॥
ସିଂହ –
ଶୁଭରଙ୍ଗ – ଧଳା, ଲାଲ ଓ ଗୋଲାପି
କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ଏବଂ ଯେକୌଣସି କାମରେ ମନବଳାଇବେ ନିଶ୍ଚୟ ସଫଳତା ମିଳିବ ॥
ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥
ସ୍ନାନପରେ ତୁଳସି କିମ୍ବା ବେଲପତ୍ର ଖାଇଲେ ଅଧିକ ଶୁଭ ॥
କନ୍ୟା –
ଶୁଭରଙ୍ଗ- ଧଳା,ଧୁସର, ମାଟିଆ
କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ, ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବାରେ ସମୟ ସାଥ ଦେବ ॥
ସବୁଜ ପରିବା ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥
ଯାନବାହାନ ଚଳାଚଳ ପ୍ରତି ସତର୍କ ରୁହନ୍ତୁ ॥
ତୁଳା –
ଶୁଭରଙ୍ଗ – ନିଳ ଏବଂ କଳା
ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ମାତ୍ର ଅଚାନକ ସ୍ବାସ୍ଥ୍ୟ ବିଗିଡି ପାରେ ଏବଂ ଘାତବାର ହେତୁ ଶୁଭକର୍ମ ବର୍ଜନିୟ ॥
ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥
ଭାଗିଦାରି ଅାର୍ଥିକ ବ୍ୟାପାରରେ ସତର୍କ ରହିବେ ॥
ବିଛା –
ଶୁଭରଙ୍ଗ – ଧଳା
ଶୁଭଚନ୍ଦ୍ରଙ୍କର ପ୍ରଭାବ ଥିଲେ ମଧ୍ୟ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ କ୍ଷେତ୍ରରେ ବାଧାବିଘ୍ନ ରହିବ ॥
କାହା ସାଥିରେ ବି ଭାଗିଦାରି ହୋଇ କିଛି କରନ୍ତୁ ନାହିଁ ॥
ମାତା ଦୁର୍ଗାଙ୍କର ସ୍ତୁତି ଜପ କରନ୍ତୁ ॥
ଧନୁ –
ଶୁଭ ରଙ୍ଗ – ଧଳ ଓ ସବୁଜ
ଶୁଭଦିନ ରହିଛି କର୍ମକ୍ଷେତ୍ର ଏବଂ ଆଥିକ ସ୍ଥିତିରେ ସମୟ ସାଥ ଦେବ, ମାତ୍ର ପାରିବାରିକ କିମ୍ବା ଲୋକସମ୍ପର୍କ କ୍ଷେତ୍ରରେ ସମୟ ସାଥ ଦେବ ନାହିଁ ॥
ନିଜ ବାକ୍ୟ ପ୍ରତି ସତର୍କ ରହିବେ॥
ମାତାରାଙ୍କର ବିଜମନ୍ତ୍ର ” ଓଁ ହ୍ରୀଂ ସ୍ତ୍ରୀଂ ହୁଂ ଫଟ୍ ତାରା ଦେବୈ ନମଃ ୨୭ଥର ଜପ ॥
ମକର –
ଶୁଭ ରଙ୍ଗ – ହଳଦିଆ କିମ୍ବା ଗେରୁଆ
ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଜାଗାବାଡି କିମ୍ବା ଯାନବାହାନ କ୍ଷେତ୍ରରେ ଲାଭ ମିଳିବ’ ନୂତନ ଯୋଜନାରେ ସଫଳ ହେବେ ॥
ସରକାରି ସ୍ତରରେ ପ୍ରତିକାମରେ ସତର୍କ ରହିବେ ॥
ଓଁ ଆଦିୟ୍ୟାୟ ବିଦ୍ମହେ ଦିବାକରାୟ ଧିମହି ତନ୍ନୋ ରବି ପ୍ରଚୋଦୟାତ୍ ୨୧ଥର ଜପ କରନ୍ତୁ ॥
କୁମ୍ଭ –
ଶୁଭ ରଙ୍ଗ – ନିଳ ଓ କମଳା
ଅଶୁଭ ଚନ୍ଦ୍ର ସହିତ ଘାତବାର ହେତୁ ନୁତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ ଏବଂ ପ୍ରତି କାମରେ ବିଘ୍ନ ଆସିବ ତଥାପି ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି କାମକଲେ ସୁଫଳ ମିଳିବ ॥
କାହାକୁ ହତାଦାର କରନ୍ତୁ ନାହିଁ ॥
ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ –
ଶୁଭ ରଙ୍ଗ – ଗୋଲାପି ଓ ହଳଦିଆ
ଆର୍ଥିକ ସ୍ଥିତି ସହିତ ପାରିବାରିକ ପରିବେଷ ଭଲ ରହିବ, କର୍ମ କ୍ଷେତ୍ରରେ ଚେଷ୍ଟା କଲେ ଶୁଭଫଳ ନିଶ୍ଚୟ ପ୍ରାପ୍ତ ହେବ ॥
ଯାନବାହାନ ଓ ଅଗ୍ନିଜନିତ ସତର୍କତା ଅବଲମ୍ବନ କରିବେ ॥
ଗଣେଷଙ୍କର ବନ୍ଦନା ଜପ କରନ୍ତୁ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ