ଟ୍ରକକୁ ପଛରୁ ପିଟିଲା ଟ୍ରକ, ୩ ମୃତ

ସୋର: ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥର ନାୟକବନ୍ଧ ଛକରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଦୁଇଟି ଟ୍ରକକୁ ଅନ୍ୟ ଏକ ଟ୍ରକ ପଛରୁ ପିଟିଥିଲା । ଫଳରେ ଠିଆ ହୋଇ ଗାଡ଼ି ମରାମତି କରୁଥିବା ୨ ଟି ଟ୍ରକର ୩ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ