ପିପିଲିକୁ ଗଡ଼ିବ ‘ମୋ ବସ୍’

ଭୁବନେଶ୍ୱର: ଏଣିକି ପିପିଲିକୁ ଗଡ଼ିବ ମୋ ବସ୍ । ଦୀର୍ଘ ଦିନର ଦାବି ପରେ ପିପିଲିକୁ ମୋ ବସ ଚଲାଇବାକୁ କ୍ୟାପିଟାଲ ରିଜିଅନ ଅରବନା ଟ୍ରାନ୍ସପୋର୍ଟ (କ୍ରୁଟ) ନିଷ୍ପତ୍ତି ନେଇଛି । ଏଥିପାଇଁ ୩୩ ନଂ ରୁଟ୍ ଆରମ୍ଭ କରାଯାଇଛି । ଏହି ୩୩ ନଂ ରୁଟ୍ ଭୁବନେଶ୍ୱର-ପିପିଲି ମଧ୍ୟରେ ବସ୍ ସେବା ଯୋଡ଼ିବ । ଏହି ରୁଟରେ ଦୈନିକ ୪ଟି ବସ ଚାଲିବ । ପ୍ରଥମ ବସ ଭୁବନେଶ୍ୱର ରେଳଷ୍ଟେସନରୁ ସକାଳ ୭ଟାରେ ବାହାରିବ । ଶେଷ ବସ ସନ୍ଧ୍ୟା ସାଢେ଼ ୫ଟାରେ ପିପିଲି ଅଭିମୁଖେ ଯିବ । ପିପିଲରୁ ପ୍ରଥମ ବସ ସକାଳ ୭ଟା ୪୫ ଓ ଶେଷ ବସ୍ ସନ୍ଧ୍ୟା ୭ଟାରେ ବାହାରିବ । ୨୩ ତାରିଖ ବା ବୁଧବାରରୁ ଏହି ସେବା ଆରମ୍ଭ ହେବ । ଏହି ଦିନ କେବଳ ଗୋଟିଏ ବସ୍ ଚାଲିବ ବୋଲି କ୍ରୁଟ ପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି । ଚାନ୍ଦୁଆ ସହର ପିପିଲିକୁ ମୋ ବସ୍ ଚଲାଇବାକୁ ସ୍ଥାନୀୟ ଲୋକ ଅନୁରୋଧ କରି ଆସୁଥିଲେ । ଲୋକଙ୍କ ସୁବିଧା ପାଇ ପିପିଲିକୁ ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଛୁ । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକମାନେ ବି ପିପିଲିରେ ସୁବିଧାରେ ପହଞ୍ଚିପାରିବେ ବୋଲି ସେ କହିଛନ୍ତି । ପିପିଲିକୁ ବସ୍ରେ ଯିବା ପାଇଁ ଟିକେଟ ମୂଲ୍ୟ ୩୦ ଟଙ୍କା ରଖାଯାଇଛି । ଯାତ୍ରୀମାନେ ନିର୍ଦ୍ଧାରିତ ଟିକେଟ ମୂଲ୍ୟର ଖୁଚୁରା ଟଙ୍କା ଦେବାକୁ ପରାମର୍ଶ ଦିଆଯାଇଛି । ଯିଏ ଚାହିଁବେ କୁ୍ୟଆର କୋର୍ଡ ସ୍କାନ କରି କ୍ୟାସଲେସ ପେମେଣ୍ଟ କରିପାରିବେ ବୋଲି କୁହାଯାଇଛି । ତେବେ ବିନା ମାସ୍କରେ କାହାକୁ ବସରେ ଯାତ୍ରା କରିବା ପାଇଁ ଅନୁମତି ଦିଆଯିବନି ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ