ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ଓ ମାସ୍କ ବଂଟନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସାମାଜିକ ସଂଗଠନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ମା’ କଲ୍ୟାଣୀ ମହିଳା ସଂଗଠନକୁ ମାସ୍କ, ଶୁଖିଲା ଖାଦ୍ୟ ଓ ସାବୁନ୍ ପ୍ରମୁଖ ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଧୁ ମଧୁସୁଦନ ଦାସ ମହିଳାମାନେ ସମାଜର ପ୍ରମୁଖ ଅଙ୍ଗ ଓ ନିଷ୍ଠା, ଈଶ୍ୱର ଭକ୍ତି ରଖିବାକୁ ପରାମର୍ଶ ଦେଇଥିଲେ । କରୋନା ମହାମାରୀକୁ ସଚେତନତା, ସାମାଜିକ ଦୂରତା ଓ ସ୍ୱଚ୍ଛତା ଦ୍ୱାରା ପ୍ରତିହତ କରିହେବ ବୋଲି କହିଥିଲେ । ଏହି ଅବସରରେ ଫାଉଣ୍ଡେସନର ସଭାପତି ସମାଜସେବୀ ନାରାୟଣ ଖୁଂଟିଆଙ୍କ ସହିତ ମନୋରଂଜନ ବାରିକ, ମୁକେଶ ଖଟୁଆ, ହୃଦାନନ୍ଦ ଜେନା ଉପସ୍ଥିତ ରହି ସହଯୋଗ କରିଥିଲେ ।