ଆଜି ମଙ୍ଗଳବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ –
ଶୁଭ ରଙ୍ଗ – ହଳଦିଆ ଓ ଧୁସର
ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ଓ ଆତ୍ମବଳ ଦୃଢ ରହିବ ॥
ଗୋଟିଏ ତମ୍ବା ପାତ୍ରରେ ଧାନ ପୂର୍ଣ୍ଣକରି ଠାକୁର ଗୃହରେ ରଖି “ଓଁ ଶ୍ରୀଂ ଓଁ” ୨୭ଥର ଜପ କରିବେ ॥
କୌଣସି ଜୀବକୁ ପେଟପୁରା ଖାଇବାକୁ ଦେବେ ॥
ବୃଷ –
ଶୁଭ ରଙ୍ଗ – ଗୋଲାପି ଓ ଖଇରିଆ
ମାନସିକ ଓ ଆର୍ଥିକ ସ୍ଥିତି ଭଲ ରହିବ ଓ ଦିନର ପ୍ରତ୍ୟେକ ସମୟ ସାଥଦେବ, ରାଜସମ୍ମାନ ପ୍ରାପ୍ତ ହେବ ॥
ଯନ୍ତ୍ରପାତି ପ୍ରତି ସତର୍କ ଅବଲମ୍ବନ କରିବେ॥
ହନୁମାନ ବାଣ ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ –
ଶୁଭ ରଙ୍ଗ – ସବୁଜ
ଆର୍ଥିକ ଚିନ୍ତା ରହିବ ଓ ଅଧିକ ପରିଶ୍ରମରେ କାର୍ଯ୍ୟ ସମ୍ପର୍ଣ୍ଣ ହେବ, ମନ ବିଚଳିତ ରହିବ ॥
ଯାନ୍ତ୍ରିକ ଦ୍ରବ୍ୟ ପ୍ରତି ସତର୍କ ରହିବେ
ବିଷ୍ଣୁ ଭଗବାନଙ୍କୁ ହଳଦିଆ ବସ୍ତ୍ର ଚଢାଇବେ ॥
କର୍କଟ –
ଶୁଭ ରଙ୍ଗ – ଧଳା
ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର କୌଣସି ଝଗଡା ଷୃଷ୍ଟି ହେବ ॥
ଗୃହକୁ ଆସୁଥିବା ସବୁ ଜିବଙ୍କୁ କିଛି କିଛି ଖାଇବାକୁ ଦେବ ॥
କର୍ମକ୍ଷେତ୍ରରେ ସହଜରେ କାହାକୁ ବିଶ୍ବାସ କରିବେ ନହିଁ ॥
ସିଂହ –
ଶୁଭରଙ୍ଗ – ସବୁଜ ଓ ମାଟିଆ
ପ୍ରତି କାମରେ ଶୁଭଫଳ ମିଳିବ, ଅଟକିଥିବା କାମ ସହଜରେ ହେବ, କମକ୍ଷେତ୍ର ରେ ସହଯୋଵଗ ବୃଦ୍ଧିହେବ ॥
ଗୋଲାପି ବସ୍ତ୍ର ପରିଧାନ କରି ମଙ୍ଗଳା ମାଙ୍କର ସ୍ତୁତି ପାଠ କରିବେ ॥
କଳାରଙ୍ଗ ବ୍ୟବହାର କରିବେ ନାହିଁ ॥
କନ୍ୟା –
ଶୁଭରଙ୍ଗ- ଧଳା
ବିଚାରୁଥିବା କାର୍ଯ୍ୟ ପୂର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥
କଳା କୁକୁରକୁ୍ ରୁଟିଗୁଡ ଦେବେ ॥
ମା ଲକ୍ଷ୍ମୀଙ୍କର ବ୍ରତ ରଖିବେ ॥
ତୁଳା –
ଶୁଭରଙ୍ଗ – ହଳଦିଆ ଓ ଗୋଲାପି
ମାନସିକ ଶାନ୍ତି ସହ ମାନସମ୍ମାନ ପ୍ରାପ୍ତି, ପୁରୁଣା ମାଲିମକୋଦ୍ଦମାରେ ଜୟ, ପିତାଙ୍କର ସ୍ବାସ୍ଥ୍ୟରେ ଅଚାନକ ଦୁର୍ବଳତା ଆସିବ ॥
କଳାରଙ୍ଗ ବ୍ୟବହାର କରିବେ ନାହିଁ ॥
ମାଲକ୍ଷ୍ମୀଙ୍କୁ ଛେନାଗୁଡ ନୈବେଦ୍ୟ ଅର୍ପଣ ପରେ ଗୋମାତାଙ୍କୁ ଖାଇବାକୁ ଦେବେ ॥
ବିଛା –
ଶୁଭ ରଙ୍ଗ – ଧଳା
ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ, ସ୍ତ୍ରୀ ହେତୁ ଅଚାନକ ଧନଲାଭ ହେବ, ବ୍ୟବସାୟରେ ଲାଭ ବଢିବ ॥
ଲୁହା ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥
ମା ଦୁର୍ଗାଙ୍କର କବଚ ଜପ କରନ୍ତୁ ॥
ଧନୁ –
ଶୁଭରଙ୍ଗ – ଧଳା
କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥
ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥
ଗୁଡ ସହିତ ଦହି ମହୁ ମିଶାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ଦେବେ ॥
ମକର –
ଶୁଭ ରଙ୍ଗ – କମଳା
ସବୁକ୍ଷେତ୍ରରେ ସହଯୋଗ ମିଳିବ, କୌଣସି ଶୁଭ ଖବର ମିଳିବ, ପେଟ ଜନିତ ବ୍ୟଥା ରହିବ, ଠାକାଦାରି କାର୍ଯ୍ୟ ରେ ଅଧିକ ଲାଭ କମିଳିବ ॥
ସତର୍କତା – ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥
ମା କାଳିଙ୍କୁ ୭ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ ॥
କୁମ୍ଭ –
ଶୁଭ ରଙ୍ଗ – ନିଳ ଓ କମଳା
ମାନସମ୍ମାନ ମିଳିବ, ନୁଆ ଗାଡି, ଗୃହ କିମ୍ବା କୌଣସି ମନମୁତାବକ ଦ୍ରବ୍ୟଵପ୍ରାପ୍ତି ହେବ ॥
ଅତିଖୁସିରେ କାହାକୁ କିଛି କଥା ଦେବେ ନାହିଁ ॥
ସ୍ନାନ ପରେ ମା ଲକ୍ଷ୍ମୀଙ୍କୁ ଦହି ଅର୍ପଣ କରି ସେହି ଦହି ଖାଇ ଦିନଟି ଆରମ୍ଭ କରିବେ ॥
ମୀନ –
ଶୁଭ ରଙ୍ଗ – ନିଳ ଓ ହଳଦିଆ
ଆତ୍ମବଳ କମ ରହିବ, ମାନସିକ ସ୍ଥିତି ଅଶାନ୍ତ ରହିବ, ଜମିଜମା ଏବଂ ପଡୋଶି ସହିତ ବିଶୃଙ୍ଖଳା ରହିବ ॥
ନିଜର କମକ୍ଷେତ୍ରରେ ସତର୍କ ରହିବେ ॥
ଭଗବାନ ଶ୍ରୀଜଗନ୍ନାଥଙ୍କୁ ତୁଳସି ଏବଂ କେତକି ଫୁଲ ଚଢାନ୍ତୁ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ