୧୪୪ ଧାରା, ବିନା ଭକ୍ତରେ ରଥଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆନ୍ଧ୍ର ସୀମାନ୍ତରେ ଦକ୍ଷିମ ଓଡିଶାରେ ପ୍ରଖ୍ୟାତ ଥିବା ପାରଳାଖେମୁଣ୍ଡ ରଥଯାତ୍ରା କୋଭିଡ୍-୧୯ କଟକଣା ଏବଂ ସୁପ୍ରିମକୋର୍ଟର ଆଦେଶ ଯୋଗୁଁ ଚଳିତ ବର୍ଷ ୧୪୪ ଧାରା ମଧ୍ୟରେ ପାଳନ କରାଯାଇଛି । ଆଜି ଭୋରରୁ କେବଳ ସେବାୟତମାନଙ୍କ ଦ୍ୱାରା ତିନି ଦିଅଁଙ୍କ ନିତିକାନ୍ତି ଆରମ୍ଭ କରାଯାଇ ପାରଳା ଜଗନ୍ନାଥ ମନ୍ଦିରରେ ତିନି ଦିଅଁଙ୍କୁ ସଜ୍ଜିତ କରାଯାଇ ପୁଜାପାଠ ଦ୍ୱାରା ରଥଯାତ୍ରା ଆରମ୍ଭ ହୋଇଛି । ବିନା ଭକ୍ତରେ ଏହି ରଥଯାତ୍ରାକୁ ପାଳନ କରାଯାଇଛି । ଜଗନ୍ନାଥ ମନ୍ଦିର ଅଞ୍ଚଳରେ ବେରିକେଟ୍ ଦ୍ୱାରା ସିଲ୍ କରାଯାଇ ୧୪୪ ଧାରା କଟକଣାକୁ ବଳବତ୍ତର ରଖାଯାଇଥିବା ଗଜପତି ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।