ରିଲାଏନ୍ସ ଦେଶର ପ୍ରଥମ ୧୫୦ ବିଲିଅନ ଡଲାର କମ୍ପାନୀ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟିଜ ଦେଶର ପ୍ରଥମ କମ୍ପାନୀ ଭାବେ ୧୫୦ ବିଲିୟନ ଡଲାର (୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ) ମୂଲ୍ୟର କମ୍ପାନୀରେ ପରିଣତ ହୋଇଛି । କମ୍ପାନୀର ସେୟାର ଦାମରେ ବୃଦ୍ଧି ହେବାରୁ ଏହି ସଫଳତା ମିଳିଛି । ଏଥି ସହିତ ବିଶ୍ୱର ଶ୍ରେଷ୍ଠ ୬୦ଟି କମ୍ପାନୀ ଭିତରେ ରିଲାଏନ୍ସ ସ୍ଥାନ ପାଇଛି । ଏହା ନାଇକ୍, ମ୍ୟାକଡୋନାଲ୍ଡ, କଷ୍ଟକୋ, ଆସେଞ୍ଜର, ଚାଇନା ମୋବାଇଲ, ରୟାଲ ଡଚ, ଚାଇନା ନ୍ୟାସନାଲ ପେଟ୍ରୋଲିୟମ କର୍ପୋରେସନ, ବିପି ଓ ଚାଇନା ପେଟ୍ରୋଲିୟମ ଆଣ୍ଡ କେମିକାଲ କର୍ପୋରେସନ ଭଳି ଅନେକ ବିଶ୍ୱସ୍ତରୀୟ କମ୍ପାନୀକୁ ପଛରେ ଛାଡ଼ି ଦେଇଛି । ୧୯୭୭ ରେ ରିଲାଏନ୍ସ ଷ୍ଟକ ବଜାରରେ ପ୍ରବେଶ କରିଥିଲା । ଏକ ୨୫ ବିଲିୟନ ଡଲାର କମ୍ପାନୀ ହେବା ଲାଗି ରିଲାଏନ୍ସକୁ ୨୮ ବର୍ଷ ସମୟ ଲାଗିଥିଲା । ୨୦୦୫ରେ କମ୍ପାନୀ ଏହି ସଫଳତା ପାଇଥିଲା । ଏହାର ମାତ୍ର ଦୁଇ ବର୍ଷ ପରେ ଅର୍ଥାତ ୨୦୦୭ ଏପ୍ରିଲରେ ରିଲାଏନ୍ସ ଏକ ୫୦ ବିଲିୟନ ଡଲାର କମ୍ପାନୀରେ ପରିଣତ ହୋଇଥିଲା । ସେଥିରେ ଆଉ ୫୦ ବିଲିୟନ ଡଲାର ଯୋଡ଼ି ୧୫୦ ବିଲିୟନ ଡଲାରର କମ୍ପାନୀ ହେବା ଲାଗି ରିଲାଏନ୍ସକୁ ୧୨ ବର୍ଷ ସମୟ ଲାଗିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ