ପ୍ରବାସୀଙ୍କୁ କର୍ମ ଯୋଗାଣ ପାଇଁ ଆଲୋଚନା କଲେ ବିଧାୟକ

ପୋଲସରା (ଓ୍ବାଇଏନ୍ଏସ୍) : ପ୍ରବାସୀ ଓଡ଼ିଆଙ୍କୁ କର୍ମ ଯୋଗାଣ ପାଇଁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ଟି ୱାର୍ଡ ପରିଦର୍ଶନ କରି ଆଲୋଚନା କରିଥିବା ଜଣାପଡ଼ିଛି। ପୋଲସରା ଏନ.ଏ.ସି. ଅନ୍ତର୍ଗତ ବାଲିଘାଇ, ସିଦ୍ଧିପୁର, ରାଣୀପଡା, ଖଣ୍ଡିଆ ସାହି, ପାଟଣାପଦର ସାହି, ରାଣୀପଡା ହରିଜନ ସାହି କୁ ଯାଇ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରି ପ୍ରବାସୀ ଓଡିଆମାନେ କିପରି ସେହି ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ଆଲୋଚନା କରିଥିଲେ। ପ୍ରବାସୀ ଓଡିଆମାନେ କାମ ହରାଇ ଫେରିଥିବା ବେଳେ ସେମାନଙ୍କ ପାଇଁ କିପରି କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରି ସେମାନେ ରୋଜଗାରକ୍ଷମ ହୋଇ ପାରିବେ ତାହା ବର୍ତ୍ତମାନ ମୁଖ୍ୟ ବିଷୟ ହୋଇଥିବା ବିଧାୟକ ସାହୁ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ