ମୋହନାରେ ତହସିଲଦାରଙ୍କ ଚଢ଼ାଉ, ତଣ୍ଡ ଗଣିଲେ ଦୋକାନୀ ଓ କୋଚିଂ ସେଣ୍ଟର

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନାରେ ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଅମାନିଆମାନେ ବୋଲ ନମାନି ଖୁଲମଖୁଲା ଭାବେ ନିୟମକୁ ଉଲଂଘନ କରି ସେମାନଙ୍କ କାର୍ଯ୍ୟ ଚଳାଉଛନ୍ତି । ଯେପରି କୋଚିଙ୍ଗ ସେଣ୍ଟରରେ ପିଲାଙ୍କୁ ଡ଼ାକି ପାଠ ପଢ଼ାଇବା , ହୋଟେଲରେ ବସି ଗ୍ରାହକଙ୍କୁ ଖାଇବାକୁ ଦେବା, ଉଠାଦୋକାନୀମାନେ ଦୋକାନ ସମ୍ମୁଖରେ ଗ୍ରାହକଙ୍କୁ ଜଳଖିଆ ଦେବା ଓ କିଛି କିରାଣୀ ଦୋକାନୀ ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ଆଦି ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ଜୋରିମାନା ଆଦାୟ ପାଇଁ ନୋଟିସ ଦିଆଯାଇଥିବା ତହସିଲଦାର ଶ୍ରୀମତି ଦେବୀ କହିଛନ୍ତି । ଟିଉସନ କରୁଥିବା ଶିକ୍ଷକ ଓ ହୋଟେଲ ମାଲିକ ଏବଂ ଦୋକାନୀମାନଙ୍କୁ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ମାଜିଷ୍ଟ୍ରଟଙ୍କ ପକ୍ଷରୁ ପ୍ରତ୍ୟେକ ଦିନ ମହେନା, ଚନ୍ଦ୍ରଗିରି, ଲୁହାଗୁଡି, ଅଡ଼ବା, ଚାନ୍ଦିପୁଟ, ପାଣିଗଣ୍ଡା ସମେତ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ବୁଝାଇବା, ସତେଚନତା କରାଇବା ଓ ସେମାନଙ୍କ ମନ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ତଥାପି ରାଜ୍ୟ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଅମାନିଆମାନେ ଟିଉସନ, ଦୋକାନ ଓ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକୁ କରୁଥିବା ଯୋଗୁଁ ସେମାନଙ୍କ ଉପରେ ହୋଇଥିବା ଜୋରିମାନାକୁ ଆଗାମୀ ଦିନରେ ଆହୁରି କଡ଼ାକଡ଼ି କରାଯିବ ବୋଲି ତହସିଲଦାରଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଆଗାମୀ ଦିନରେ ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ତହସିଲଦାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ