ସେବାୟତଙ୍କର ହେବ ୨ଥର କରୋନା ଟେଷ୍ଟ

ଭୁବନେଶ୍ୱର: ରଥଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ କରାଯିବ । ତେବେ ଅଢେଇ ହଜାର ସେବାୟତଙ୍କ ୨ ରାଉଣ୍ଡ କୋଭିଡ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେବାୟତ ବ୍ୟତୀତ ପୁଲିସ ଓ ସଫେଇ କର୍ମଚାରୀଙ୍କ ବି ଟେଷ୍ଟ ହେବ । ଆଜି ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ରଥଯାତ୍ରା ବୈଠକ ଶେଷ ପରେ ଶ୍ରୀ ମହାପାତ୍ର କହିଛନ୍ତି । ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ଟେଷ୍ଟ ନେଗେଟିଭ ଆସିବ ସିଏ ସାମିଲ ହେବେ । ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସେବାୟତଙ୍କ ପରିବାରକୁ କୋଭିଡ ନିୟମ ସମ୍ପର୍କରେ ଅବଗତ କରାଯିବ । କୋଭିଡ ନିୟମ ଅବଗତ କରିବାକୁ ଟିମ ଗଠନ କରାଯିବ । ଏହାଛଡ଼ା ରଥଯାତ୍ରା ପାଇଁ ଆଉ ୫ ହଜାର ମାସ୍କ ମଗାଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ରଥଯାତ୍ରାରେ ସାମିଲ ପୁଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଗତକାଲି ରଥଯାତ୍ରାରେ ସାମିଲ ଥିବା ୧ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଉଛି । ଗୋପବନ୍ଧୁ ଆୟୁର୍ବେଦ କଲେଜରେ ସାମ୍ପଲ ସଂଗ୍ରହ ଚାଲିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ