ଓଡ଼ିଆ ପ୍ରଯୋଜକଙ୍କ ଆଲବମରେ ଅଭିନୟ କରିବେ ସୋନୁ ସୁଦ୍

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଲକଡାଉନ ଚାଲିଥିବା ବେଳେ ଦେବଦୂତ ସାଜି ଶହ ଶହ ପ୍ରବାସୀଙ୍କୁ ବିମାନ ଯୋଗେ ସେମାନଙ୍କ ଜନ୍ମମାଟିକୁ ଫେରାଇ ଆଣିବାରେ ସହଯୋଗ କରିଥିବା ବଲିଉଡ ଅଭିନେତା ସୋନୁ ସୁଦ ଓଡ଼ିଶା ଆସିବେ । ଓଡ଼ିଆ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜିତ ଆର.ଆର ଇଭେଣ୍ଟସ ପ୍ରାୟୋଜିତ ଭିଏସଜି ମ୍ୟୁଜିକ ନିବେଦିତ ହିନ୍ଦୀ ମ୍ୟୁଜିକ ଭିଡିଓ ଆଲବମରେ ସୋନୁ ଅଭିନୟ କରିବେ । ତାଙ୍କ ସହ ଅଭିନୟ କରିବେ ବଙ୍ଗୀୟ ନାୟିକା ରାଗିଣୀ । ନିକଟରେ ରାଗିଣୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ଚମକ୍ରାର ଅଭିନୟ କରିଥିବା ବେଳେ ରମେଶ ତାଙ୍କୁ ଏହି ଆଲବମ ପାଇଁ ଚୟନ କରିଛନ୍ତି । ରମେଶଙ୍କ କହିବା ଅନୁଯାୟୀ, ଏହି ଭିଡିଓ ଆଲବମର ନାମ ରହିଛି ‘ମାହିରେ…’ । ଏଥିରେ କଣ୍ଠଦାନ କରିଛନ୍ତି ସବାବ ସବିର ସୋହିନୀ । ନିର୍ଦ୍ଦେଶନା ଦେବେ ଶେଖର ଗୁପ୍ତା । ଏହି ମ୍ୟୁଜିକ ଭିଡିଓ ମୁମ୍ବାଇ, ଓଡ଼ିଶାର ଗୋପାଳପୁର ସମୁଦ୍ର କୂଳ ଓ ଏହାର ଆଖପାଖ ପ୍ରାକୃତିକ ପରିବେଶରେ ସୁଟିଂ ହେବ । ଏଥିପାଇଁ ଜୁଲାଇ ପ୍ରଥମ ସପ୍ତାହରେ ସୋନୁ ଓଡ଼ିଶା ଆସିବା ନେଇ ଯୋଜନା ରହିଛି । ଅଭିନେତ୍ରୀ ରାଗିଣୀ ବଲିଉଡ ଡେବ୍ୟୁ ନେଇ ବେଶ ଉତ୍ସାହିତ ଥିବା ଓଡ଼ିଆ ଯୁବ ପ୍ରଯୋଜକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ