ଆଉ ୭ ପାକିସ୍ତାନୀ କ୍ରିକେଟର କରୋନା ପଜିଟିଭ

ଲାହୋର: ଇଂଲଣ୍ଡ ଗସ୍ତ ପୂର୍ବରୁ ପାକସ୍ତାନ କ୍ରିକେଟ ବୋର୍ଡ (ପିସିବି) ରାୱଲପିଣ୍ଡି, କରାଚି, ଲାହୋର ଓ ପେଶୱାର କେନ୍ଦ୍ରରେ ଘୋଷିତ ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କ କରୋନା ପରୀକ୍ଷା କରୁଛି । ସୋମବାର ରାୱଲପିଣ୍ଡି କେନ୍ଦ୍ରରେ ହୋଇଥିବା ପରୀକ୍ଷାରୁ ୩ ଜଣ ହାଇଦର ଅଲ୍ଲୀ, ହାରିସ ରଫ ଓ ସଦାବ ଖାନଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ଅନ୍ୟ ୩ କେନ୍ଦ୍ରରୁ ସୋମବାର ୩୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଳା । ଏଥିରୁ ମଙ୍ଗଳବାର ୭ ଜଣ ଖେଳାଳି ଓ ଜଣେ ସହକାରୀ ଷ୍ଟାଫଙ୍କ ପଜିଟିଭ ବାହାରିଛି । ଫଳରେ ମୋଟ ପାକିସ୍ତାନ ଦଳର ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରେ ପହଞ୍ଚିଛି । ଆକ୍ରାନ୍ତ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଫକର ଜାମନ, ଇମ୍ରାନ ଖାନ, କସିଫ ଭଟ୍ଟି, ମହମ୍ମଦ ହାଫିଜ, ମହମ୍ମଦ ହାନନୈନ, ମହମ୍ମଦ ରିଜୱାନ ଓ ୱାହବ ରିଆଜ । ଏମାନଙ୍କ ମାଲିସବାଲା ମଲାଙ୍ଗ ଅଲ୍ଲୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ନେଗେଟିଭ ବାହାରିଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଅବିଦ ଅଲ୍ଲୀ, ଅସାଦ ସଫିକ, ଆଝାର ଅଲ୍ଲୀ, ବାବର ଆଜମ, ଫହିମ ଅସ୍ରଫ, ଫୱଦ ଅଲାମ, ଇଫତିକାର ଅହମ୍ମଦ, ଇମା-ଉଲ-ହକ୍‍, ଖୁଶଦିଲ ଶାହ, ମହମ୍ମଦ ଆବାସ, ନସୀମ ଶାହ, ସର୍ଫରାଜ ଅହମ୍ମଦ, ଶାହିନ ସାହ ଆଫି୍ରଦ, ସନ ମାସୁଦ, ସାହେଲ ଖାନ ଓ ୟାସିର ଶାହ । ମାଲିସବାଲାଙ୍କୁ ଛାଡ଼ି ମନସୁର ରାଣା (ପ୍ରବନ୍ଧକ), ମିସବା ଉଲ-ହକ୍‍ (ମୁଖ୍ୟ ପ୍ରଶିକ୍ଷକ)ଙ୍କ ସହ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେଗେଟିଭ ରିପୋର୍ଟ ମିଳିଛି ବୋଲି ପିସିବି ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!