ପାରଳା ସହରର କଣ୍ଡରାସାହି ଓ ରମ୍ପାଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ୍ ଆନ୍ତର୍ଗତ ରମ୍ପା ଗ୍ରାମ ଓ ପାରଳା ପୌରପରିଷଦର କଣ୍ଡରାସାହିକୁ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ ସୁଚନା ଦେଇଛନ୍ତି । ରମ୍ପାକୁ କଣ୍ଟନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଅଛି । ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପତିତପାବନ ବାରୀକଙ୍କ କହଛନ୍ତି,୭୦ ବର୍ଷର ବୟସ୍କ ବ୍ୟକ୍ତି ତେଲେଙ୍ଗାନାରୁ ଆସି ସଂଘରୋଧ ଗୃହରେ ରହିଥିଲେ । ତାଙ୍କ ଠାରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରମ୍ପାକୁ କଣ୍ଟନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ କଣ୍ଡରା ସାହିରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଉକ୍ତ ସାହିକୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସାହିକୁ ପ୍ରଶାସନ ତରଫରୁ ସିଲ୍ କରାଯିବା ସହ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ