ଫିଫା ବିଶ୍ୱକପ: ଭୁବନେଶ୍ୱରରେ ସେମି ଫାଇନାଲ

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍ ଚଳିତ ବର୍ଷ ନଭେମ୍ବର ୨ ତାରିଖରୁ ଆରମ୍ଭ ହେବାର ଥିଲା । ଭେନ୍ୟୁ ଓ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ କରୋନା ବା କୋଭିଡ ୧୯ ର ସଂକ୍ରମଣ ଯୋଗୁଁ ବିଶ୍ୱକପକୁ ଆସନ୍ତା ବର୍ଷ ଫେବୃୟାରୀ ମାସକୁ ଘୁଞ୍ଚାଇ ଦିଆଯାଇଥିଲା । ଫିଫା ପକ୍ଷରୁ ଟୁର୍ଣ୍ଣାମେଣ୍ଟର ପୁନଃ ସୂଚୀ ଘୋଷଣା କରାଯାଇଛି । ବିଶ୍ୱକପ୍‍ ଫେବୃୟାରୀ ୧୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ଫେବୃୟାରୀ ୧୭,୨୦ ଓ ୨୩ ତାରିଖରେ ଖେଳାଯିବ । ଗ୍ରୁପ ବି’ର ତିନିଟି ଏବଂ ଗ୍ରୁପ ଏ’ର ଗୋଟିଏ ମ୍ୟାଚ ଭୁବନେଶ୍ୱରରେ ଖେଳାଯିବ । ସେମିତି କ୍ୱାଟର ଫାଇନାଲ ୨୮ ତାରିଖ ଏବଂ ସେମି ଫାଇନାଲ ମାର୍ଚ୍ଚ ୩ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ୧୬ଟି ଦଳକୁ ନେଇ ମୋଟ ୩୨ଟି ମ୍ୟାଚ ଖେଳାଯିବ । ପ୍ରଥମ ଦିବସରେ ଉଭୟ ଭୁବନେଶ୍ୱର ଓ ଗୌହାଟୀରେ ମ୍ୟାଚ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ