ଭୁବନେଶ୍ୱରରେ ଆଉ ୨୨ ପଜିଟିଭ ଚିହ୍ନଟ

ଭୁବନେଶ୍ବର : ବୁଧବାର ଭୁବନେଶ୍ୱରରେ ଆଉ ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୩ କ୍ୱାରେଣ୍ଟାଇନ ଓ ୧୯ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ୧୯ ଲୋକାଲ କେସ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ହୋଇଥିବାବେଳେ ୧୩ ଜଣ ମହିଳା ଅଛନ୍ତି । ନୀଳାଦ୍ରିବିହାର ଅଞ୍ଚଳରୁ ମଧ୍ୟ ଆଉ ୨ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ନୀଳାଦ୍ରିବିହାରର ୨ ଜଣ ସଂକ୍ରମିତ ହୋଇଛନ୍ତି । ଶୈଳଶ୍ରୀ ବିହାର ଅଞ୍ଚଳରୁ ମଧ୍ୟ ଜଣେ ଲୋକାଲ କେସ ଚିହ୍ନଟ ହୋଇଛି । ସେହିପରି ଚନ୍ଦ୍ରଶେଖରପୁରରୁ ଜଣେ ଓ ଭିଏସଏସ ନଗରରୁ ଜଣେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଆଉ ଜଣେ ରେଲୱେ କର୍ମଚାରୀ ମଧ୍ୟ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଜି ୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଉ ୧୫ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଥିବା ଆକ୍ଟିଭ କେସ ୧୦୩ ରହିଛି । ରାଜ୍ୟରେ ବୁଧବାର ୨୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ