କୋଠ ସମ୍ପତିକୁ ନେଇ ସାନରାମଚନ୍ଦ୍ରପୁରରେ ଗୋଷ୍ଠି ସଂଘର୍ଷ, ୫ ଆହତ, ପୋଲିସର ଲାଠିଚାଳନା
ରମ୍ଭା, (ୱାଇଏନ୍ଏସ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ଗ୍ରାମଠାରେ କୋଠ ସମ୍ପତି ଓ ସଟଡାଉନ ଘୋଷଣାକୁ ନେଇ ପ୍ରବଳ ଗୋଷ୍ଠି ସଂଘର୍ଷ ଘଟିବା ସହ, ପୋଲିସର ଲାଠି ମାଡରେ 5ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । 20 ରୁ ଉର୍ଦ୍ଧ୍ୱ ଘର ଟେକା , ପଥର, ଠେଙ୍ଗା ମାଡରେ ଭାଙ୍ଗି ଯାଇଥିବା ବେଳେ , ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଚି । ପୋଲିସର ସାମୁହିକ ପଦେଖାପ ଯୋଗୁ ଏକ ବଡଧରଣର ରକ୍ତାକ୍ତ ସଂଘର୍ଷ ବହୁଲୋକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଫୋର୍ସ ଜଗିରହିଛି । ସାନରାମଚନ୍ଦ୍ରପୁର ଗ୍ରାମରେ କୋଠ ସମ୍ପତିକୁ ହିସାବକୁ ନେଇ 2017 ମସିହାରେ ମଧ୍ୟ ବଡଧରଣରର ସଂଘର୍ଷ ଘଟିଥିଲା । ପରବର୍ତ୍ତୀ ସମୟରେ ଆପୋଷସମାଧାନ ହେଇଥିଲେ ବି ଭିତରେ ଭିତରେ କୁହୁଳୁଥିଲା । ଗତ ମାସରେ ଉଭୟ ଗୋଷ୍ଟି ସଟଡାଉନ ଗ୍ରାମରେ ଲାଗୁ କରିବା ନେଇ ପୁଣି ମୁଂହାଁମୁହିଁ ହୋଇଥିବା ବେଳେ ଗଂଜାମ ତହସିଲଦାରଙ୍କ ଉପସ୍ଥିତରେ ରମ୍ଭା ପୋଲିସ , ଭଦ୍ରଲୋକଙ୍କ ଉପସ୍ଥିତ ପୁଣି ଆପୋଷ ସମାଧାନ ହୋଇଥିଲା ଉଭୟ ଲୋକ ।
ଫଳରେ ସେଦିନ ଠାରୁ ଗ୍ରାମରେ ତୁତୁ ମେ ମେ ଲାଗିରହିଥିଲା । ଗତ ତିନିଦିନ ପୂର୍ବେ ପୁଣି ଗ୍ରାମର ଠାକୁରାଣୀ ମନ୍ଦିରଠାରେ ଉଭୟ ଗୋଷ୍ଟି ମଧ୍ୟରେ ବଚସା ହୋଇଥିଲା । ଖବର ପାଇ, ପୋଲିସ ଗ୍ରାମରେ ପହଞ୍ଚି ଉଭୟ ଗୋଷ୍ଟିକୁ ଗଣ୍ଡଗୋଳ ନ କରିବାକୁ ତାଗିତ କରିଥିଲେ । ଗ୍ରାମରେ ପୋଲିସି ଜଗିରହିଥିଲେ ।ସକାଳେ ଆଠଘାଣ୍ଟ ସମୟରେ ଗ୍ରାମର ଜଣେ ମହିଳା ନାଳକୂପରୁ ପାଣି ନେବାକୁ ଆଡ଼ିଥିବା ବେଳେ ଉକ୍ତ ସ୍ଥାନରେ ସଫା କରୁଥିବା ଗ୍ରାମର ଅନ୍ୟ ଗୋଷ୍ଟି ସହ ବଚସା ହୋଇ ଉଗ୍ରରୂପ ନେଇଥିଲା । ଯାହାକୁ ନେଇ ଉଭୟ ଗୋଷ୍ଟିର ସମର୍ଥକ ମାନେ ନିଜ ନିଜ ଘର ଉପରେ ପଥର, ଟେଙ୍ଗା, ମାରଣାସ୍ତ୍ର ଗଛିତ ରଖି ପରସ୍ପରକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇରହିଥିଲେ । ସେଠାରେ ଜଗିରହିଥିବା ପୋଲିସ ପରବର୍ତ୍ତୀ ସମୟରେ ଆକ୍ରମଣ ଆରମ୍ଭ ହେବା ମାତ୍ର ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠି ଙ୍କୁ ଖବର ଦେବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଟିଙ୍କ ମଧ୍ୟରେ ପୋଲିସ ସହ ପାଚେରୀ ପରି ରହିଥିଲେ ବି ପୋଲିସକୁ ଖାତିରି ନକରି ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାରୁ ଏଥିରେ ବି.ମୋଚିରାମ ପାତ୍ର ଏମ୍.ଲକ୍ଷଣ ପାତ୍ର ଯେ.ଚେନେୟା ପାତ୍ର, ଆର.ପାପାମା ପାତ୍ର, ଏନ.ଦେଲେସୁ ପାତ୍ର ଆହତ ହୋଇଥିଲେ । ଫଳରେ ପୋଲିସ ବାଧ୍ୟ ହୋଇ ମୁଦୁଲାଠୀ ଚାଳନା କରିବା ଫଳରେ ଜାଗେୟ ପାତ୍ର, ଏରୁମୂଳା ପାତ୍ରଙ୍କ ସମେତ 20 ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ । ଏପରି ପୋଲିସି ଜାଣିଶୁଣି ମାଡ଼ ମାରିବା ସହ ଅନ୍ୟ ଗୋଷ୍ଟିକୁ ସାହାଯ୍ୟ କରିଥିବା ନେଇ ଗ୍ରାମକମିଟି ସଭପତି ବି.ସକଲଡା ପାତ୍ରଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉକ୍ତଗ୍ରାମ ବି.ତ୍ରିନାଥ, ଆର. ଜାଗନାଥ, କେ. ବୁଦ୍ଧିଆ ପାତ୍ର, ଙ୍କ ସମେତ 10ରୁ ଉର୍ଦ୍ଧ୍ୱ ଲୋକଙ୍କ ଘର ଓ ଘରର ଆବସପତ୍ର ପୋଲିସ ଉପସ୍ଥିତରେ ଭଙ୍ଗା ଯାଇଥିବା ଏହାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଆହତଙ୍କୁ ଛତ୍ରପୁର ମେଡିକେଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ପରେ ପରିସ୍ଥିତି ଅଣାୟତ ହେବା ଦେଖି ଦୁଇ ପ୍ଲାଟୁନ ପୋଲିସି ସମେତ ମାଜିଷ୍ଟ୍ରେଟ ଦାୟିତ୍ୱରେ ଗଞ୍ଜାମର ତହସିଲଦାର ଅବନୀ କୁମାର ସାହୁ, ସମେତ ରମ୍ଭା ଆଇଆଇସି , ଗଞ୍ଜାମ ଆଇଆଇସି ଦିଲ୍ଳୀପ କୁମାର ସାହୁ, ସାମୁଦ୍ରିକ ଥାନା ଅଧିକାରୀ, ପୋଲିସି ମୁଖ୍ୟ ଦପ୍ତର କ୍ରାଇମ ଡିଏସପି, ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କୁ ଆଣିଥିଲେ। ବର୍ତ୍ତମାନ ସୁଦ୍ଧା ଗ୍ରାମରେ ଉତେଜନା ଲାଗିରହିଥିବା ବେଳେ ପୋଲିସ ଜଗିରହିଛି । ଗ୍ରାମର ଉଭୟ ପକ୍ଷରୁ 50 ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ରମ୍ଭା ଥାନାରେ ଅଟକ ରଖାଯାଇଛି । ବର୍ତ୍ତମାନ ଉଭେୟ ଗୋଷ୍ଟି ଚାକଅପଞ୍ଝା ରେ ଥିବାବେଳେ କୌଣସି ପରିସ୍ଥିତିରେ କୌଣସି ଅଘଟଣା ହେବାକୁ ଏଡାଇଇହେବନି ।