ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୀଲା ଦୀକ୍ଷିତଙ୍କ ଅନ୍ତିମ ସଂସ୍କାର ଶେଷ

(ଯୁଗାବ୍ଦ ନ୍ୟୁଜ ), କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି। କଂଗ୍ରେସ କାର‌୍ୟ୍ୟାଳୟରେ ଶେଷ ଦର୍ଶନ ପରେ ଶୀଲାଙ୍କ ପାର୍ଥିକ ଶରୀରକୁ ନିଗମବଧ ଘାଟକୁ ନିଆଯାଇଥିଲା । ଆଉ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶୀଲା ଦୀକ୍ଷିତଙ୍କ ଶେଷ ଯାତ୍ରାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁନେତା ସାମିଲ ହୋଇଥିଲେ । ସୁଚନାଯୋଗ୍ୟ, ଶିଲା ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶନିବାର ଅପରାହ୍ଣ ୩ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶୀଲାଙ୍କ ଦେହାନ୍ତ ପରେ ତାଙ୍କୁ ସମ୍ମାନ ଜଣାଇ ୨ ଦିନ ପାଇଁ ଦିଲ୍ଲୀରେ ରଷ୍ଟ୍ରୀୟ ଶୋକ ଘୋଷଣା କରାଯିବାସହ କଂଗ୍ରେସ କାର‌୍ୟ୍ୟାଳୟରେ ତ୍ରିରଙ୍ଗା ଅର୍ଦ୍ଧନମିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ