ମେସିନିରେ କେନାଲ ସଫେଇକୁ ନେଇ ଅସନ୍ତୋଷ, ଶ୍ରମିକମାନେ କେନାଲ ସଫାକଲେ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ସାରା ଦେଶରେ ଏବେ ଲକଡାଉନ ସମୟରେ ଲୋକମାନେ କାମଧନ୍ଦା ନପାଇ ଘରେ ବସିଥିବାବେଳେ ସେମାନଙ୍କୁ କିପରି କାମଧନ୍ଦା ଯୋଗାଇ ଦିଆଯିବ ସେନେଇ ତତ୍ପରତା ଦେଖାଉଥିବାବେଳେ ଶାଳଣିଆଁରେ ମେସିନିରେ କେନାଲ ସଫା ହେବାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଶାଳଣିଆଁ ମେନ କେନାଲ ଘାସ ଲଟାରେ ପରିପୁର୍ଣ୍ଣ ହୋଇଯାଇଥିବାବେଳେ ଗତକାଲି ବିଭାଗ ପକ୍ଷରୁ ଠିକାଦାରଙ୍କ ଦ୍ୱାରା କେନାଲ ସଫାକାର୍ଯ୍ୟ ଆରମ୍ଭ ହୋଇଥିଲା । ମେସିନି ଲଗାଇ କେନାଲ ସଫା କରିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ୨୦ରୁ ଉର୍ଦ୍ଧ ବିଷ୍ଣୁପୁର ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଶ୍ରମିକ ମାନଙ୍କ ଦ୍ୱାରା କାମ କରିବାପାଇଁ ଦାବି କରିଥିଲେ । ସେମାନେ ଆଉ କାହା କଥା ନଶୁଣି କେନାଲରେ ପସି ଦଳସଫାକରିଥିଲେ । ସେମାନେ ବର୍ତ୍ତମାନ ସମୟରେ ରୋଜଗାରରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କୁ ରୋଜଗାର ଦିଆଯାଉ ବୋଲି ଦାବି କରିଛନ୍ତି । ଏ ସମ୍ପର୍କରେ ସହକାରୀଯନ୍ତ୍ରୀ ପ୍ରଣବ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବଜାର ପାଖରେ କେନାଲଟି ପୋତି ହୋଇଯାଇଥିବାରୁ ପାଣି ଆସିପାରୁ ନଥିଲା । ତେଣୁ ଆଗାମି ଦିନରେ ପାଣିର ସୁ ପରିଚାଳନା ପାଇଁ ମେସିନି ସାହଯ୍ୟରେ ସଫାସଫି କରିଛୁ । ଯଦି ଶ୍ରମିକମାନେ କାମ କରିବାକୁ ଚାହିଁବେ ଉଚିତ ମାଧ୍ୟମରେ ଆସିଲେ କାମ ଯୋଗଇଦେବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ