ଭୁବନେଶ୍ୱରରେ ଆଉ ୩୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଗୁରୁବାର ଭୁବନେଶ୍ୱରରେ ସର୍ବାଧିକ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୨୫ ହୋମ କ୍ୱାରେଣ୍ଟାଇନ ଓ ୧୩ଟି ଲୋକାଲ କେସ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଲୋକାଲ ୧୩ ମଧ୍ୟରୁ ୪ଟି ଶିରିପୁର ଲକ୍ଷ୍ମୀବଜାର ବସ୍ତି ଲିଙ୍କରୁ ସ୍ପଷ୍ଟ ହୋଇଛି । ୨ ଜଣ ୧୪ ଓ ୧୮ ବର୍ଷୀୟ ଯୁବତୀ ଓ ୨ ଜଣ ୧୧ ଓ ୨୨ ବର୍ଷୀୟ ଯୁବକ ସାମିଲ ଅଛନ୍ତି । ଏହି ୪ ଆକ୍ରାନ୍ତ ପୂର୍ବ ମୁମ୍ବାଇ ଫେରନ୍ତା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଜଣେ ୪୬ ବର୍ଷୀୟ ପୁରୁଷ ଚକେଇସିଆଣୀ ହାଡ଼ବାଇ ବସ୍ତିର ବୋଲି ଜଣାଯାଇଛି । ୩ଟି କେସ ମଧ୍ୟରେ ୨୩ ବର୍ଷୀୟ ଯୁବତୀ, ୨୪ ଓ ୨୬ ବର୍ଷୀୟ ଯୁବକ ସାମିଲ ଅଛନ୍ତି । ଏହି ୩ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ମିଳିଛି । ଅନ୍ୟଜଣେ ୨୯ ବର୍ଷୀୟ ଆକ୍ରାନ୍ତ ଯୁବତୀ ଘରୋଇ ହସ୍ପିଟାଲର କର୍ମଚାରୀ । ଜଣେ ୩୯ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ଘରୋଇ ହସ୍ପିଟାଲର କର୍ମଚାରୀ । ଜଣେ ୩୮ ବର୍ଷୀୟ ମହିଳା ଆକ୍ରାନ୍ତ ସରକାରୀ ହସ୍ପିଟାଲର କର୍ମଚାରୀ । ମଞ୍ଚେଶ୍ୱରର ଜଣେ ୪୦ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେ ପୂର୍ବ ପଜିଟିଭ ସଂସ୍ପର୍ଶରେ ଆସିଥିଲେ । ସେହିପରି ୩୫ ବର୍ଷୀୟ ଅନ୍ୟ ଜଣେ ଯୁବକ ଭିଏସଏସ ନଗରର ହୋଇଥିବାବେଳେ ସେ ମଧ୍ୟ ପୂର୍ବ ପଜିଟିଭ ସଂସ୍ପର୍ଶରେ ଆସିଥିଲେ । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ଅଞ୍ଚଳରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଗୁରୁବାର ଆଉ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୧୦ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ