‘ସଂସଦ ରତ୍ନ’ ସମ୍ମାନ ପାଇବେ ଭର୍ତ୍ତୃହରି

ଭୁବନେଶ୍ୱର: ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ପାଇବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କ ସହ ଲୋକସଭାର ୮ ଏବଂ ରାଜ୍ୟସଭାର ୨ ଜଣ ସାଂସଦଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ୧୭ତମ ଲୋକସଭାର ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ମହତାବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କ ଆଗ୍ରହରୁ ୨୦୧୦ ରୁ ସାଂସଦମାନଙ୍କୁ ଚୟନ କରି ଏହି ସମ୍ମାନ ପ୍ରଦାନ କରାଯାଉଛି । ଭର୍ତ୍ତୃହରି ଲୋକସଭାକୁ ଲଗାତର ୬ ଥର ନିର୍ବାଚିତ ହୋଇଛନ୍ତି । ଲୋକସଭାରେ ତାଙ୍କ ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଆସିଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!