ମୟୂରଭଂଜ ଜିଲ୍ଲାର ‘ନୋ ହଙ୍ଗ୍ରୀ ଫାଉଣ୍ଡେସନ’ ଆନୁକୂଲ୍ୟରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ) :ମହାମାରୀ ‘କରୋନା’ ସାରା ବିଶ୍ୱ ମାନବ ସମାଜ ଭୟଭୀତ । ଆମ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଲକ୍ ଡାଉନ୍, ସଟ୍ ଡାଉନ୍,ମାସ୍କ ପିନ୍ଧିବା,ସାନିଟାଇଜେସନ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇଛନ୍ତି । ଏହିଭଳି ବିପର୍ଯ୍ୟୟ ସମୟରେ ଡାକ୍ତରଖାନାମାନଙ୍କରେ ରକ୍ତ ସଂକଟ ଦେଖାଦେଇଛି ।ରକ୍ତ ପାଇଁ ଥାଲାସେମିଆ, ପ୍ରସୂତି ମହିଳା,ରକ୍ତ ଅଭାବରେ ରୋଗୀମାନେ ରକ୍ତ ପାଇଁ ଡହଳ ବିକଳ ହେଉଛନ୍ତି । ଏହାକୁ ଲକ୍ଷ୍ୟ କରି ମୟୂରଭଂଜ ଜିଲ୍ଲାର ଅଗ୍ରଣୀସ୍ୱେଚ୍ଛାସେବୀ ଅନୁଷ୍ଠାନ’ନୋ ହଙ୍ଗ୍ରୀ ଫାଉଣ୍ଡେସନ’କର୍ମକର୍ତ୍ତା ପ୍ରମୁଖ ଖବର ପାଇ ରକ୍ତ ସଂଗ୍ରହ ପାଇଁ ଚିନ୍ତା କରିଥିଲେ । ବୁଧବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଫିତା କାଟି କାର୍ଯ୍ୟକ୍ରମ ଉଦଘାଟନ କରିବାସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୫୦ଜଣ ଯୁବ ସ୍ଵେଚ୍ଛାସେବୀ ରକ୍ତଦାନ ମହତ କାମ କାର୍ଯ୍ୟକ୍ରମ ରେ ସାମିଲ ହୋଇ ନିଜକୁ ଧନ୍ୟ ମଣିଥିଲେ । କାର୍ଯ୍ୟକ୍ରମରେ ନୋ ହଙ୍ଗ୍ରୀ ସଂଗଠନର ମୂଳ ପ୍ରତିଷ୍ଠାତା ସଦସ୍ୟ ଅଭିଷେକ ପଟ୍ଟନାୟକ, ତନୁଜା ଏ, ଅଭିଷେକ ମହାନ୍ତି (ଗୁଗି),ସଭ୍ୟ ଆହ୍ବାନ ପଟ୍ଟନାୟକ,ଗୁନା ମହାନ୍ତ,ସାଜିଦ୍ ହୁସେନ,ଋଷି ସ୍ୱାମୀ, ବିକାଶ ମୋଦିଂକ, ହେମନ୍ତ ବାରିକ ସୁଧାଂଶୁ ବେହେରା, ସୁଷମା ବେହେରା, ସୌଭାଗ୍ୟ ମହାନ୍ତ,ଗୁଂଜନ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରର ଜଳେନ୍ଦ୍ର ନାଥ ରଣା ଏବଂ ଅନ୍ୟ କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସାମିଲ ହୋଇଥିଲେ ।ନୋ ହଙ୍ଗ୍ରୀ ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ଜନକଲ୍ୟାଣ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ