ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ନନ୍ଦିପଦା ଥାନା ଅଧିନସ୍ଥ ଇଞ୍ଚୋଳ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ପିଡୀତା ନାବାଳିକାର ଡାକ୍ତରୀ ମାଇନା କରାଇବା ସହିତ ମାଜିଷ୍ଟେଟଙ୍କ ନିକଟକୁ ବୟାନକୁ ଲିପିବଦ୍ଧ କରିଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ମଙ୍ଗଳବାର ରାତିରେ କୃଷ୍ଣଚନ୍ଦ୍ର ଗାଁର ଜଣେ ୧୫ବର୍ଷୀୟ ନାବାଳିକାକୁ ଜବରଦସ୍ତ ଉଠାଇନେଇ ସ୍କୁଲ ପଛପଟେ ଥିବା ଏକ ବିଲରେ ପକାଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେପରେ ନା ବାଳିକା ଜଣକ ସଜ୍ଞାହୀନ ହୋଇ ପଡିବାରୁ ଯୁବକ ଜଣକ ତାକୁ ସେହିଠାରେ ଛାଡି ପଳାଇ ଆସିଥିଲା । ବାଳିକାର ପରିବାର ଲୋକେ ତା ପରଦିନ ସକାଳୁ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାରକରି ଡାକ୍ତରଖାନା ନେଇଥିଲେ । ଏନେଇ ନା ବାଳିକାଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ନନ୍ଦିପଦା ପୁଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରି ଡାକ୍ତରୀ ପରୀକ୍ଷା କରାଇବା ସହ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ