ସୁନା ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଘରୋଇ ବଜାରରେ ଦଶ ଗ୍ରାମ ସୁନାର ମୂଲ୍ୟ ପଚାଶ ହଜାର ଟଙ୍କା ଅତିକ୍ରମ କରିଛି । ନୂଆଦିଲ୍ଲୀ ଠାରେ ୧୦ ଗ୍ରାମ ପିଛା ସୁନା ଦର ୫୦,୦୦୦ ଟଙ୍କା ଟପି ୫୦,୪୦୫ ଟଙ୍କାରେ ପହଞ୍ଚିଛି । କରୋନା ପରିସ୍ଥିତି ସହ ବିଶ୍ୱ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏପରି ଦର ବୃଦ୍ଧି ଘଟୁଥିବା କୁହାଯାଉଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୮,୭୮୦ ଟଙ୍କା ରହିଛି । ଏଠାରେ ରୂପା କିଲୋ ୪୯,୦୦୦ ଟଙ୍କା ଛୁଇଁଛି । ସମ୍ପ୍ରତି କୋଭିଡ-୧୯ ଯୋଗୁଁ ବିଶ୍ୱ ଷ୍ଟକ ବଜାର ପ୍ରଭାବିତ ହୋଇଛି । ନିବେଶକମାନେ ସୁନାକୁ ଏକ ଭରସା ଯୋଗ୍ୟ ନିବେଶ ମାଧ୍ୟମ ଭାବେ ବିବେଚନା କରିବା ପରେ ବଜାରରେ ସୁନାର ଚାହିଦା ଯଥେଷ୍ଟ ବଢ଼ି ଯାଇଛି । ଯାହା ଏବେ ଦର ବୃଦ୍ଧିରେ ସହାୟକ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ