କରୋନା ମହାମାରୀ ଓ ଲକଡାଉନ: ଘରବିକ୍ରି ଖସିଛି, କମିଛି ନୂଆ ବାସଗୃହ ପ୍ରକଳ୍ପ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ଜୁନରେ ଦେଶର ୭ଟି ପ୍ରମୁଖ ସହର (ଦିଲ୍ଲୀ-ଏନସିଆର, ମୁମ୍ବାଇ ମେଟ୍ରୋପଲିଟାନ, ପୁଣେ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଓ କୋଲକାତା)ରେ ବାସଗୃହ ବିକ୍ରି ୮୧% ଖସିଯାଇଛି । କରୋନା ମହାମାରୀ ଓ ଲକଡାଉନ କାରଣର ଏହି ୩ ମାସରେ ଏସବୁ ସହରରେ ମାତ୍ର ୧୨,୭୪୦ ୟୁନିଟ୍‍ ବାସଗୃହ ବିକ୍ରି ହୋଇଛି । ୨୦୧୯ ଏପ୍ରିଲ-ଜୁନରେ ଏହା ୬୮,୬୦୦ ୟୁନିଟ୍‍ ରହିଥିଲା । ପ୍ରମୁଖ ପ୍ରପର୍ଟି କନସଲଟାଣ୍ଟସ ‘ଅନାରକ’ ଏକ ରିପୋର୍ଟରେ ଏଭଳି ସୂଚନା ଦେଇଛି । ସେହିଭଳି ଅନାରକ କହିଛି, କରୋନା ମହାମାରୀ କାରଣରୁ ୨୦୨୦ ଏପ୍ରିଲ-ଜୁନରେ ନୂଆ ବାସଗୃହ ପ୍ରକଳ୍ପ ୯୮% ଖସି ୧,୩୯୦ ୟୁନିଟରେ ପହଞ୍ଚିଛି । ୨୦୧୯ ଏପ୍ରିଲ-ଜୁନରେ ୬୯,୦୦୦ ୟୁନିଟ୍‍ ରହିଥିଲା । ଅନାରକ ପ୍ରପର୍ଟି କନସଲଟାନ୍ସ ଅଧ୍ୟକ୍ଷ ଅନୁଜ ପୁରୀ କହିଛନ୍ତି, ଚଳିତ ତ୍ରୟମାସର ଅଧିକାଂଶ ସମ୍ପୂର୍ଣ୍ଣ ଲକଡାଉନ ରହିଲା । ଏଣୁ ଉଭୟ ନୂଆ ବାସଗୃହ ପ୍ରକଳ୍ପ ଓ ବାସଗୃହ ବିକ୍ରିରେ ଏଭଳି ହ୍ରାସ ଦେଖିବାକୁ ମିଳିଛି । କରୋନା ଭୂତାଣୁ ପ୍ରଭାବକୁ ରୋକିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୫ ରୁ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିଲା । ଏହାଯୋଗୁଁ ନିର୍ମାଣ ସମେତ ବିକ୍ରି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କିନ୍ତୁ ଏ ଅବଧିରେ ଟେକ୍ନୋଲୋଜିର ବ୍ୟବହାର ଏକ ବଡ଼ ଭୂମିକା ତୁଲାଇଛି । ଏବେ ବହୁ ରିଅଲ ଇଷ୍ଟେଟ ନିର୍ମାତା ସେମାନଙ୍କର ଡିଜିଟାଲ କ୍ଷମତାକୁ ବଢ଼ାଇବାରେ ଲାଗିଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

error: Content is protected !!