ଅହ୍ୱାନ କମ୍ବାଇନ୍ସ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସଚ୍ଚେତନା

ପାରାଦ୍ୱୀପ (ପୀତବାସ ପ୍ରଧାନ) : ସ୍ୱେଚ୍ଛାସେବୀ ସଂଗଠନ ଆହ୍ୱାନ କମ୍ବାଇନ୍ସ କକ୍ଷରୁ ମହାମାରୀ କରୋନା ସଂକ୍ରମଣକୁ ନେଇ ପାରାଦ୍ୱୀପ ଅଠରବାଙ୍କୀ ମୁଖ୍ୟ ଛକଠାରେ ସଚ୍ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ଜଗତସିଂହପୁର ଶାଖା ସଂଯୋଜକ ନିଖିଲ କୁକୁଲା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ କମ୍ବାଇନ୍ସ ର ସ୍ୱେଚ୍ଛାସେବୀ ଓ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ମାନେ ଜନସାଧାରଣ ମାନଙ୍କୁ କିପରି ଏହି ମହାମାରୀରୁ ରକ୍ଷା ମଳିପାରିବ ସେ ବିଷୟରେ ଅବଗତ କରାଇଥିଲେ । ସାମାଜିକ ଦୂରତା, ମାସ୍କ ବ୍ୟବହାର, ହାତକୁ ବାରମ୍ବାର ଧୋଇବା ବିଷିୟରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଏତଦ୍‌ବ୍ୟତିତ ପ୍ରାୟ ୧ ହଜାର ରୁ ଉର୍ଦ୍ଧ୍ୱ ମାସ୍କ ସମସ୍ତ ଜନସାଧାରଣଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବକେନ୍ଦ୍ରର ଶାଖା ପରିଚାଳକ ପବିତ୍ର ମୋହନ ସୁବୁଧି, କମ୍ବାଇନ୍ସର ସଂଯୋଜକ ପ୍ରଭାସ ଚନ୍ଦ୍ର ସ୍ୱାଇଁ, ନେପୁଲ୍ ସିମାଞ୍ଚଳମ୍‌, ସଂଜୟ ପ୍ରଧାନ, ସୁଜିତ୍ ମହାନ୍ତି, ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖ ଅଶଂଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ