ଇ-ଗଭର୍ଣ୍ଣାସ ପ୍ରୟୋଗ କ୍ଷେତ୍ରରେ ଜଗତସିଂପୁର ଜିଲ୍ଲାକୁ ସ୍କଚ୍ ଆୱାର୍ଡ

କନ୍ଧମାଳ କୁ ସିଲଭର ଓ ନବରଙ୍ଗପୁରକୁ ପ୍ଳାଟିନମ୍

ପାରାଦ୍ୱୀପ (ପୀତବାସ ପ୍ରଧାନ) : ସମଗ୍ର ଦେଶରେ ଇ-ଗଭର୍ଣ୍ଣାସ୍ ପ୍ରୟୋଗରେ ସଫଳତା ହାସଲ କରିଛି ଜଗତସିଂହପୁର ଜିଲ୍ଲା । ଜିଲ୍ଲାରେ କାଗଜ ବିହୀନ ସରକାରୀ କାର୍ଯ୍ୟର ସୁପରିଚାଳନାରେ ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରି ସମ୍ମାନଜନକ ସ୍କଚ୍ ଆୱାର୍ଡ ହାସଲ କରିବାରେ ଓଡିଶାର ଜଗତସିଂପୁର ଜିଲ୍ଲା ପ୍ରଶାସନ ସକ୍ଷମ ହେଉଛି । ଜଗତସିଂପୁର ଜିଲ୍ଲା ପ୍ରଶାସନ ଏ ପ୍ରକାର ନିରନ୍ତର ପ୍ରୟାସ ଓ ସ୍ୱଚ୍ଛତା ପାଇଁ ନିଆଦିଲ୍ଲୀର ସ୍କଚ୍ କନସଲଟାନ୍ସି ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଚଳିତ ବର୍ଷ ଇ-ଗଭର୍ଣ୍ଣାସ ଆୱାର୍ଡକୁ ହାସଲ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନକୁ ତାରିଫ କରିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶଥାଉକି ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ସଂସ୍ଥା, ବ୍ୟକ୍ତି ବିଶେଷଙ୍କୁ ସ୍କଚ୍ କନସଲଟାନ୍ସି ପକ୍ଷରୁ ମର୍ଯ୍ୟାଦାଜନକ ସ୍କଚ୍ ଆୱାର୍ଡରେ ସମ୍ମାନିତ କରାଯାଇଥାଏ । ରାଜ୍ୟ ତଥା ଦେଶର ପ୍ରଥମ କରି ଜଗତସିଂହପୁର ଜିଲ୍ଲାରେ ଇ-ଅଫିସକୁ ତୃତଣମୂଳ ସ୍ତରରେ କାର୍ଯ୍ୟକାରୀ କରିଛନ୍ତି ଜିଲ୍ଲାପାଳ ଶ୍ରୀ ମହାପାତ୍ର । ସେବା ପ୍ରଚଳନ କ୍ଷେତ୍ରରେ ବାଇକ୍ ଆମ୍ବୁଲାନ୍ସ, ପ୍ରଭୃତି ଭ୍ୟାନ ଓ ଜନନୀ ଅଟେ । ସେବା ପ୍ରଚଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କନ୍ଧମାଳ ଜିଲ୍ଲା ସ୍କଚ୍ (ସିଲଭର) ଆୱାର୍ଡ ହାସଲ କରିଥିବାବେଳେ କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲା ସ୍କିଚ୍ (ପ୍ଳାଟିନମ) ପୁରସ୍କାର ହାସଲ କରିଛି । ତେବେ ଗୋଟିଏ ରାଜ୍ୟରୁ ୩ଟି ଜିଲ୍ଲା ଏହି ଆୱାର୍ଡ ପାଇବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ