ଜୁଲାଇ ୨୪ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ

ବଲିଉଡକୁ ଶୋକସନ୍ତପ୍ତ କରି ଆରପାରିକୁ ଚାଲିଯାଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଆସନ୍ତା ଜୁଲାଇ ୨୪ରେ ରିଲିଜ ହେବାକୁ ଯାଉଛି । ତେବେ କରୋନା ନିମନ୍ତେ ବର୍ତ୍ତମାନ ସମସ୍ତ ସିନେମା ହଲ ବନ୍ଦ ଥିବାରୁ ଫିଲ୍ମଟିର ଡିଜିଟାଲ ରିଲିଜ କରାଯିବ । ମୁକେଶ ଛାବଡ଼ାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ‘ଦିଲ ବେଚାରା’ । ଛାବଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହା ପ୍ରଥମ ସିନେମା । ହଲିଉଡ ଫିଲ୍ମ ‘ଦ ଫଲ୍ଟ ଇନ ଆୱାର ଷ୍ଟାର’ର ଏହା ରିମେକ । ଡିଜନୀ ହଟଷ୍ଟାରରେ ଫିଲ୍ମଟିର ଡିଜିଟାଲ ରିଲିଜ ହେବ । ଫିଲ୍ମଟରେ ସଞ୍ଜନା ସାଙ୍ଘୀ ନାମକ ଅଭିନେତ୍ରୀ ସୁଶାନ୍ତଙ୍କ ସହ ନଜର ଆସିବେ । ଏହା ସଞ୍ଜନାଙ୍କର ଡେବୁ୍ୟ ଫିଲ୍ମ । ସେଫ ଅଲ୍ଲୀ ଖାନ ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ଏ ଆର ରେହେମନ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଦିଲ ବେଚରା ଫିଲ୍ମ ସୁଶାନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଫିଲ୍ମ ନିର୍ମାତା ଟିମ୍‍ ପ୍ରକାଶ କରିଛି । ଏହି ଫିଲ୍ମ ଗତ ନଭେମ୍ବରରେ ରିଲିଜ ହୋଇଥାନ୍ତା । କିନ୍ତୁ କେତେକ କାରଣରୁ ଏହାର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ସେପଟେ ଏହା ସୁଶାନ୍ତଙ୍କ ଶେଷ ଫିଲ୍ମ ହୋଇଥିବାରୁ ଏହାକୁ ହଲରେ ରିଲିଜ କରିବା ପର୍ଯ୍ରନ୍ତ ଅପେକ୍ଷା କରିବାକୁ ସୁଶାନ୍ତଙ୍କ ଫ୍ୟାନ୍‍ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ