’ବିଙ୍ଗ ହ୍ୟୁମାନ’ ପଛରେ ବେଆଇନ ଅର୍ଥ କାରବାର: ଅଭିନବ କଶ୍ୟପ

ମୁମ୍ବାଇ: ବଲିଉଡ ଅଭିନେତା, ପ୍ରଯୋଜକ ସଲମାନ ଖାଁଙ୍କ ବିରୋଧରେ ପୁଣି ଅଭିଯୋଗ ଆଣିଛନ୍ତି ‘ଦବଙ୍ଗ’ ନିର୍ଦ୍ଦେଶକ ଅଭିନବ କଶ୍ୟପ । ସଲମାନଙ୍କ ‘ବିଙ୍ଗ ହ୍ୟୁମାନ’ ସଂଗଠନ ସମାଜସେବା ଆଳରେ ବେଆଇନ ଅର୍ଥ କାରବାରର ପେଣ୍ଠ ହୋଇଥିବା ସେ କହିଛନ୍ତି । ଏହି ସଂଗଠନ ବାହାରକୁ ସମାଜସେବାର ପ୍ରଚାର କରୁଥିଲେ ମଧ୍ୟ ଦାନ ଧର୍ମ ନାଁରେ ବହୁ ବେଆଇନ ଅର୍ଥ୨ କାରବାରରେ ସମ୍ପୃକ୍ତ ବୋଲି ଦର୍ଶାଇ ଏହାର ତଦନ୍ତ ଦାବି କରିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ ସେ ଦର୍ଶାଇଛନ୍ତି ଯେ ‘ଦବଙ୍ଗ’ ସୁଟିଂ ସମୟରେ ତାଙ୍କ ଆଖି ସାମ୍ନାରେ ସଲମାନ ଏହି ସଂଗଠନ ମାଧ୍ୟମରେ ମାତ୍ର ୫ଟି ସାଇକଲ ବାଣ୍ଟିଥିଲେ । କିନ୍ତୁ ପରଦିନ ଗଣମାଧ୍ୟମରେ ଗରିବଙ୍କୁ ୫୦୦ ସାଇକେଲ ବାଣ୍ଟିଥିବାର ଖବର ଦେଖି ସେ ବିସ୍ମିତ ହୋଇଥିଲେ । ଏସବୁ ସଲମାନଙ୍କ ବ୍ୟକ୍ତିତ୍ୱର ‘ଗୁଣ୍ଡା’ ଛବି ବଦଳାଇବା ସହ ତାଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ମାମଲାକୁ ପ୍ରଭାବିତ କରିବା ପାଇଁ ଉଦ୍ଧିଷ୍ଟ ଥିଲା ବୋଲି ସେ ଜାଣିବାକୁ ପାଇଥିଲେ । କେବଳ ସେତିକି ନୁହେଁ, ୫୦୦ ଟଙ୍କାର ଜିନ୍ସକୁ ସେ ‘ବିଙ୍ଗ ହ୍ୟୁମାନ’ ପ୍ରତୀକ ଲଗାଇ ୫ ହଜାର ଟଙ୍କାରେ ବିକୁଥିବା ଅଭିନବ ଅଭିଯୋଗ କରିଛନ୍ତି । କାହାକୁ କିଛି ଦେବା ନୁହେଁ, କେବଳ ନେବା ହିଁ ତାଙ୍କର ଅଭିପ୍ରାୟ ଓ ସାଧାରଣ ଲୋକଙ୍କ ଆଖିରେ ଧୂଳି ଦେଇ ସେ ନିଜର ପ୍ରଚାର ଚଳାଇଛନ୍ତି । ସରକାର ଏସବୁର ତଦନ୍ତ କଲେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଅଭିନବ କହିଛନ୍ତି । ସୂଚନା ଯୋଗ୍ୟ ଯେ ସଲମାନ ଓ ତାଙ୍କ ପରିବାର ତାଙ୍କ ପଛରୁ ଛୁରିକାଘାତ କରିଛନ୍ତି ଏବଂ ତାଙ୍କ କ୍ୟାରିୟରକୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି ବୋଲି ଅଭିନବ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ