ପରିବାଦର ବେଲଗାମ: ଚିନ୍ତାରେ ଖାଉଟି କାଗଜବାଘ ସାଜିଛି ନିୟନ୍ତ୍ରିତ ବଜାର କମିଟି

ପାରାଦ୍ୱୀପ (ପୀତବାସ ପ୍ରଧାନ) : ସଂପ୍ରତି ଦେଶ ବିଶ୍ୱମହାମାରୀ କୋରୋନାର ସମ୍ମୁଖୀନ ହେଉଥିବା ବେଳେ ଏହାର ପ୍ରଭାବ ସବୁଠୁ ଦେଖିବାକୁ ମିଳିଛି । ସରକାରଙ୍କ ବିଭିନ୍ନ ଗାଇଡ୍‌ଲାଇନ୍ ମାନି ସାଧାରଣ ଲୋକ ଚଳୁଥିବାର ଦେଖିବାକୁ ମିଳୁଛି । ହେଲେ ଦେଶର ଏପରି ଘଡିସନ୍ଧି ମୁହୁତ୍ତରେ ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି । ବନ୍ଦର ସହର ପାରାଦ୍ୱୀପରେ ଏଭଳି ସମୟରେ ପରିବାର ଦର ହୋଇଛି ବେଲଗାମ୍ । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନର ତିଳେମାତ୍ର ଚିନ୍ତାନାହିଁ । ଯାହାର ପ୍ରଭାବରେ ଚିନ୍ତାରେ ପଡିଛନ୍ତି ଖାଉଟି । ପରିବା ଦରରେ ଅହେତୁକ ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି । ପାରାଦ୍ୱୀପ ସହରରେ ଆଳୁ ୩୦ଟଙ୍କା, ବିମ୍‌ସ ୧୦୦ଟଙ୍କା, ବାଇଗଣ ୬୦ଟଙ୍କା, ପୋଟଳ ୬୦ଟଙ୍କା, ଫୁଲକୋବି ଗୋଟା ୬୦ଟାଙ୍କା, କଲରା ୬୦ଟଙ୍କା, ଜହ୍ନି ୪୦ଟଙ୍କା ଭେଣ୍ଡି୪୦ଟଙ୍କା ଓ ଅନ୍ୟପରିବା ଗୁଡିକର ଦର ମଧ୍ୟ ଆକାଶ ଛୁଆଁ । କୋରୋନା କଟକଣା ଯୋଗୁଁ ରୋଜଗାର ହରାଇଥିବା ବା ସ୍ୱଳ୍ପ ରୋଜଗାର କରୁଥିବା ସାଧାରଣ ଲୋକଙ୍କ ପାଇଁ ପରିବା କିଣିବା ଆଉ ସମ୍ଭବ ହେଉନାହିଁ । ପରିବା ଦର ଏଭଳି ଆକାଶ ଛୁଆଁ ପୂର୍ବରୁ କେବେବି ଦେଖିବାକୁ ମିଳିନଥିଲା । ପ୍ରଶାସନ ଏହି ପରିବା ଦର ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଲାଣି । ନିୟନ୍ତ୍ରଣ ବଜାର ଦର କମିଟି ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉନାହିଁ । ଯାହାର ସୁଯୋଗ ନେଇ ଅସାଧୁ ପରିବା ବ୍ୟବସାୟୀ ମାନେ ସାଧାରଣ ଲୋକଙ୍କୁ ଲୁଟିବାରେ ଲାଗିପଡିଛନ୍ତି । ନିୟନ୍ତ୍ରିତ ବଜାର ଦର କମିଟି ତାର କାର୍ଯ୍ୟାନୁଷ୍ଠାନ କରି ଦେଖାଇବାର ସମୟ ଆସିଛି । ଜଦି କମିଟି ତ୍ୱରିତ ପଦକ୍ଷେପ ନ ନିଏ ତେବେ ଏହା କାଗଜବାଘ ହୋଇ ରହିଯିବ ବୋଲି ବୁଦ୍ଧିଜିବମାନେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ